ବ୍ୟାସନଗର: ବ୍ୟାସନଗର ସହରରେ ଭିକ୍ଷାବୃତ୍ତି କରି ଫୁଟପାଥ୍ରେ ରହୁଥିବା ଜଣେ ବୃଦ୍ଧ ( ୬୦)ଙ୍କ ଶବ ସଂସ୍କାର କରିଛନ୍ତି ସହିଦ ଭଗତ ସିଂହ ଯୁବକ ସଂଘର କର୍ମକର୍ତ୍ତା। ଗତକାଲି ରାତିରେ ଏହି ଅଜଣା ବୃଦ୍ଧଙ୍କ ପରଲୋକ ହୋଇଥିଲା। ଶବ ନହକା ବାଇପାସ କଡ଼ରେ ପଡ଼ିରହିଥିଲା।
ଏନେଇ ଯୁବକ ସଂଘ ପକ୍ଷରୁ ଯାଜପୁର ରୋଡ ପୁଲିସକୁ ଅବଗତ କରାଯାଇଥିଲା। ପରେ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ,ସମ୍ପାଦକ ହେମନ୍ତ ଧୀର, ସଭ୍ୟ ଜନ୍ମେଜୟ ରାଉତ, ବିଶ୍ୱଜିତ ମାଝୀ, ନିରଞ୍ଜନ ଘଡ଼େଇ ପହଞ୍ଚି ରୀତିନୀତି ଅନୁସାରେ ସ୍ଥାନୀୟ ବ୍ୟାସସରୋବର ଶ୍ମଶାନରେ ଶବ ସଂସ୍କାର କରିଛନ୍ତି। ଯୁବକସଂଘର ଏଭଳି ମହତ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/21-9.jpg)