ଯାଜପୁର: ପଞ୍ଚାୟତ ନିର୍ବାଚନର ୨ୟ ପର୍ଯ୍ୟାୟରେ ଆଜି ଭୋଟ ଗ୍ରହର କରାଯାଇଛି। ଦଶରଥପୁର ବ୍ଲକ ଦଶରଥପୁର ପଂଚାୟତ ୯ ନଂ ବୁଥର ଭୋଟ ବାକ୍ସକୁ ଦୁର୍ବୃତ୍ତମାନେ ପୋଖରୀକୁ ଫିଙ୍ଗିଦେଇଛନ୍ତି। ଫଳରେ ଏଠାରେ ଉତ୍ତେଜନା ଦେଖାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। କିନ୍ତୁ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।
ସୂଚନା ଅନୁସାରେ ଆଜି ମତଦାନ ଶେଷ ହେବା ପରେ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବାର ପୋଲିଂ ବୁଥ୍ ଠାରୁ କର୍ମଚାରୀମାନେ ଚାଲିଚାଲି ଭୋଟ ବାକ୍ସ ନେଇ ଷ୍ଟ୍ରଙ୍ଗ୍ରୁମ୍କୁ ଯାଉଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟରେ କିଛି ଦୁର୍ବୃତ୍ତ ଘଟଣାସ୍ଥଳକୁ ପହଞ୍ଚି ଭୋଟ ବାକ୍ସ ପୋଲିଂ କର୍ମଚାରୀଙ୍କ ଠାରୁ ବଳପୂର୍ବକ ଛଡ଼ାଇ ନେଇ ପୋଖରୀରେ ଫିଙ୍ଗି ଦେଇଥିଲେ।
/sambad/media/post_attachments/wp-content/uploads/2022/02/Capture2-1.jpg)
ତେବେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ପୋଖରୀରେ ଫିଙ୍ଗି ଦେବୋ ପରେ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି। ରିପୋର୍ଟ ଲେଖାଯିବା ବେଳକୁ ଦୁର୍ବୃତ୍ତମାନେ ଧରାପଡ଼ି ନାହାନ୍ତି। ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ, ଦୁର୍ବୃତ୍ତମାନେ ଭୋଟ ବାକ୍ସ ଛଡ଼ାଇ ନେବା ବେଳେ ପୁଲିସ କ’ଣ କରୁଥିଲା। ମତଦାନ ଶେଷ ହେବା ପରେ ଭୋଟ୍ ବାକ୍ସକୁ ପୋଲିଂ କର୍ମଚାରୀମାନେ ହାତରେ ନେଇ ଚାଲିଚାଲି ଯିବା କେତେ ଯୁକ୍ତିଯୁକ୍ତ। ସରକାରୀ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏଠାରେ ପୁଣି ଥରେ ମତଦାନ ହେବାର ଆଶଙ୍କା ଦେଖାଯାଉଥିବା ବେଳେ ଏଥି ପାଇଁ ସରକାରୀ ରାଜକୋଷରୁ ଟଙ୍କା ଖର୍ଚ୍ଚ ହେବ।
ନିର୍ବାଚନ ସମୟରେ ଯାଜପୁରରେ ପୁଣି ହିଂସା ଦେଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ବୁଥ କ୍ୟାପଚରିଂକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ହୋଇପାରି ନାହିଁ। ଆଜି ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତର ୮ ନମ୍ବର ବୁଥରେ ରିଗିଂ ଅଭିଯୋଗ ହୋଇଛି। ୨ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/f4a6272c-a5fc-4947-b1d9-3d3ab1fee3de.jpg)