ରାଇରଙ୍ଗପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆଉ ଦେଢ ମାସ ବାକି ରହିଲା। ପୂର୍ବରୁ ହୋଇଥିବା ନିର୍ବାଚନରେ ବିଜୟୀ ହୋଇଥିବା ଜନ ପ୍ରତିନିଧିମାନେ ଜନତାଙ୍କ କିଛି ସମସ୍ୟାର ସମାଧାନ କରିଥିବା ବେଳେ କିଛି ସମାଧାନ ହୋଇପାରିନାହିଁ। ତେବେ ଯେଉଁ ଅଂଚଳର ସମସ୍ୟାର ସମାଧାନ ହୋଇପାରିନାହିଁ ସେହି ଅଂଚଳର ଜନସାଧାରଣ ଭୋଟ୍ ବର୍ଜନ କରିବା ନେଇ ଚେତାବନୀ ଦେଉଥିବା ଦେଖିବାକୁ ମିଳୁଛି। ଏଭଳି ଭୋଟ୍ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକର ଚଢେଇପାହାଡି ଗ୍ରା.ମ ପଂଚାୟତର ବାସିନ୍ଦା।
ସୂଚନା ଅନୁଯାୟୀ ଚଢେଇପାହାଡି ଗ୍ରାମପଂଚାୟତ କାର୍ଯ୍ୟାଳୟ ପାର୍ଶ୍ବରେ ଏକ ବଡ ବ୍ୟାନର୍ରେ ବିଭିନ୍ନ ସମସ୍ୟାର ତାଲିକା କରି ଜଣାଇଛନ୍ତି। ତାଙ୍କ ସମସ୍ୟା ଗୁଡିକ ହେଲା- ଗମନା ଗମନ ପାଇଁ ପଂଚାୟତର ବହୁ ଗ୍ରାମରେ ଭଲ ରାସ୍ତା ନାହଲ୍ୱହୁ ଗ୍ରାମକୁ ମୋବାଇଲ୍ ନେଟଗ୍ୱାର୍କ ନାହିଁ, ରେଳ ସଂଯୋଗ ହୋଇପାରୁନାହିଁ, ଚଢେଇପାହାଡିଠାରୁ ଟିଆକାଟି ଗ୍ରାମ ପର୍ଯ୍ୟନ୍ତ ମାତ୍ର ସାାଢେ ୩ କି.ମି ରାସ୍ତା ନିର୍ମାଣ ହେଲେ ଜିଲ୍ଲା ମୁଖ୍ୟାଳୟକୁ ୩୫ ରୁ ୪୦ କି.ମି ରାସ୍ତା କମିଯିବ, ପଂଚାୟତରେ ଥିବା ଏକ ମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଅପଗ୍ରେଡ୍ କରି ଦ୍ୱାଦଶ ଶ୍ରେଣୀକୁ ସାମିଲ୍ କରାଯାଉନାହିଁ । ତାଛଡା ଜନ ସାଧାରଣଙ୍କ ଅତି ଜରୁରୀ ଥିବା ସ୍ୱାସ୍ଥ ସେବା ମଧ୍ୟ ଅପହଂଚ। ଫଳରେ ପଂଚାୟତ ବାସୀ ଉତତମ ସ୍ୱାସ୍ଥସେବା ପାଉନାହାଁନ୍ତି।
ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ବିଡିଓ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ମଧ୍ୟ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ ନହେବାରୁ ପଂଚାୟତ ବାସିନ୍ଦା ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭୋଟ୍ ବର୍ଜନ କରିବା ସହିତ ନିର୍ବାଚନ ପୂର୍ବରୁ କୌଣସି ରାଜ ନୈତିକ ଦଳର ନେତା ମାନଙ୍କୁ ଗ୍ରାମକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।