ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସୁଦ୍ଧା ୨୩୨ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ ମିଳିଛି। ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ବିଜେଡି ୧୮୯ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି। ଅପରପକ୍ଷରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। , ବିଜେପି ମାତ୍ର ୨୪ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବାର ସୂଚନା ମିଳିଛି। ଏଣେ କଂଗ୍ରେସ ୧୫ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ଜଣାଯାଇଛି। ଏହାଅନ୍ୟମାନେ ୪ଟି ଜୋନରେ ଆଗୁଆ ରହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ୧ନଂ ଜୋନରେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ସେପଟେ, ପ୍ରଥମ ରାଉଣ୍ଡ ସୁ୍ଦ୍ଧା କେନ୍ଦୁଝର ସଦରରେ ବିଜେଡି ଆଗୁଆ ରହିଛି । ୪ନଂ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । ଘଟଗାଁ ବ୍ଲକର ୭ନଂ ଜୋନରେ ବିଜେଡି, ଆନନ୍ଦପୁରର ୧ନଂ ଜୋନରେ ବିଜେଡି, ଘଷିପୁରାର ୧୦ନଂ ଜୋନରେ ବିଜେଡି, ଗଞ୍ଜାମ ସୋରଡାର ୬୩ନଂ ଜୋନରେ ବିଜେଡି, ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ୧୬ନଂ ଜୋନରେ ବିଜେଡି, ଖଣ୍ଡପଡ଼ାର ୧୨ନଂ ଜୋନରେ ବିଜେପି , ନୂଆଗାଁ ବ୍ଲକର ୧୬ନଂ ଜୋନରେ ବିଜେଡି ଆଗୁଆ ରହିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲା କୋଇଡାର ୫ନଂ ଜୋନରେ ସିପିଏମ୍ ପ୍ରାର୍ଥୀ ଆଗୁଆ ରହିଛନ୍ତି। କଳାହାଣ୍ଡି କେସିଙ୍ଗାର ୧ନଂ ଜୋନରେ ବିଜେଡି ଆଗୁଆ ରହିଛି।
ଏଣେ ଜଗତସିଂହପୁର ଜିଲ୍ଲାାର ନାଉଗାଁ ଜୋନ-୧ର ବିଜେଡି ପ୍ରାର୍ଥୀ ଅମିତା ସ୍ବାଇଁ କଂଗ୍ରେସ ପ୍ରାର୍ଥୀ ଜୋତ୍ସା ରାଣୀ ଆଚାର୍ଯ୍ୟଙ୍କଠାରୁ ପ୍ରଥମ ରାଉଣ୍ଡ ସୁଦ୍ଧା ୧୬୭ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଏରସମା-ଜୋନ-୧ରୁ ବିଜେଡି ପ୍ରାର୍ଥୀ ପ୍ରଣବ ସ୍ବାଇଁ ନିକଟତମ କଂଗ୍ରେସ ପ୍ରାର୍ଥୀ ଧ୍ୱଜରାଜ ଖଣ୍ଡୁଆଳଙ୍କଠାରୁ ୧୦୦ ଖଣ୍ଡ ଭୋଟରେ ଆଗୁଆ ଥିବା ବେଳେ ରଘୁନାଥପୁର ଜୋନ-୧ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ରୀନାରାଣୀ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ନନ୍ଦିତା ମଲ୍ଲିକଙ୍କ ପ୍ରଥମ ରାଉଣ୍ଡ ସୁଦ୍ଧା ଠାରୁ ୧୮୨ ଭୋଟରେ ଓ ବାଲିକୁଦା ଜୋନ-୧ ବିଜେଡି ପ୍ରାର୍ଥୀ ଡଲି ପଣ୍ଡା କଂଗ୍ରେସର ସ୍ୱର୍ଣ୍ଣପ୍ରଭା ଭୋଳଙ୍କଠାରୁ ପ୍ରଥମ ରାଉଣ୍ଡ ସୁଦ୍ଧା ୧୪୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/bj-leads-26_thumb.jpg)