୨୩ରେ ରାଜ୍ୟର ୬୩ଟି କେନ୍ଦ୍ରରେ ହେବ ଭୋଟ୍ ଗଣତି, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେଉଁଠି ହେବ ମତଗଣନା

ଭୁବନେଶ୍ବର: ଆସନ୍ତା ୨୩ରେ ହେବ ଭୋଟ ଗଣତି। ଘୋଷଣା ହେବ ୨୦୧୯  ସାଧାରଣ ନିର୍ବାଚନର ବିଧିବଦ୍ଧ ଫଳାଫଳ । ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନସ୍ଥ ୧୪୬ଟି ବିଧାନସଭା ଆସନରେ କିଏ ପାଇବ କେତେ ସିଟ୍ ତାହାର ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ୩୦ ଜିଲ୍ଲାର ମୋଟ୍ ୬୩ଟି କେନ୍ଦ୍ରରେ ଭୋଟ୍ ଗଣତି ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ସେପଟେ ଭୋଟ୍ ଗଣତି ବେଳେ କୌଣସି ପ୍ରକାର ବିଶୃଙ୍ଖଳା ଏଡ଼ାଇବାକୁ ରାଜ୍ୟ ପୋଲିସ୍ ପ୍ରଶାନ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି । ସେହିପରି ଇଭିଏମରେ ସିଲ୍ ହୋଇଥିବା ନେତାଙ୍କ ଭାଗ୍ୟ କ’ଣ ହେବ ତାହା ୨୩ରେ ତାରିଖ ଦିନ ଜଣାପଡ଼ିବ । ତେବେ ଦେଖନ୍ତୁ ଆପଣଙ୍କ ଅଞ୍ଚଳରେ କେଉଁଠି ହେବ ମତଗଣନା ।

 

 

ସମ୍ବନ୍ଧିତ ଖବର