ଭୁବନେଶ୍ବର: ରାଜ୍ୟର ୧୦୫ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକା ସମେତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ଭୋଟ ଗଣତି ଜାରି ରହିଛି। କଟକ ମହାନଗର ନିଗମ ପାଇଁ ଏକାଧିକ ପର୍ଯ୍ୟାୟରେ ଭୋଟ ଗଣତିର ଟ୍ରେଣ୍ଡ ଆସିଛି। କଟକ ଓ ବ୍ରହ୍ମପୁର ତୁଳନାରେ ଭୁବନେଶ୍ବର ମହାନଗର ନିଗମର ଟ୍ରେଣ୍ଡ କମ ଆସିଛି। ରିପୋର୍ଟ ଲେଖାଯିବା ବେଳକୁ ୩ଟି ଯାକ ମହାନଗର ନିଗମରେ ବିଜୁ ଜନତା ଦଳ ଆଗରେ ରହିଛି।
ତାଜା ରିପୋର୍ଟ ଅନୁସାରେ ଭୁବନେଶ୍ବର ମହାନଗରରେ ବିଜେଡି ପ୍ରାର୍ଥୀ ସୁଲୋଚନା ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ଆଗୁୁଆ ଅଛନ୍ତି । ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜେପି ଓ କଂଗ୍ରେସ ତୁଳନାରେ ଅଧିକ ଭୋଟ ପାଇଛନ୍ତି। ସେହିପରି କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀଙ୍କୁ ସବାସ ସିଂଙ୍କୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତୁଳନାରେ ଅଧିକ ଭୋଟ ମିଳିଛି।
ଭୁବନେଶ୍ୱର ମହାନଗର ନିଗମ ମେୟର
ବୁଥ- ୧୦୩ ବୁଥ ଗଣତି ସୁଦ୍ଧା
ବିଜେଡି-୨୬୧୩୧
ବିଜେପି-୧୮୩୦୧
କଂଗ୍ରେସ-୧୧୨୪
କଟକ ମହାନଗର ନିଗମ ମେୟର
ବୁଥ- ୯୬ ବୁଥ ଗଣତି ସୁଦ୍ଧା
ବିଜେଡି-୨୪୦୫୪
ବିଜେପି-୭୮୪୯
କଂଗ୍ରେସ-୧୭୧୯୬
ବ୍ରହ୍ମପୁର ମହାନଗର ନିଗମ ମେୟର
ବୁଥ-୧୩୭ ବୁଥ ଗଣତି ସୁଦ୍ଧା
ବିଜେଡି-୩୬୪୨୬
ବିଜେପି-୨୬୯୦୪
କଂଗ୍ରେସ-୪୧୮୬