ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ଇଭିଏମ୍ ଭିତରେ ବନ୍ଦ ରହିଛି ଓ ଆସନ୍ତାକାଲି ଭୋଟ ଗଣତି ହେବ | ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନିଙ୍କ ସୂଚନା ମୁତାବକ ସମୁଦାୟ ୨୩ ରାଉଣ୍ଡରେ ଭୋଟ ଗଣତି ହେବ | ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ହେବ | ସକାଳ ୮ଟା ୩୦ରେ ଇଭିଏମ ଗଣତି ଆରମ୍ଭ ହେବ | ୩୧୯ଟି ବୁଥର ଭୋଟ ଗଣତି ୧୪ଟି ଟେବୁଲରେ କରାଯିବାକୁ ଥିବାବେଳେ ବୁଥ ଓ ପ୍ରାର୍ଥୀ ସଂଖ୍ୟା ଅଧିକ ଥିବାରୁ ୨୩ ରାଉଣ୍ଡ ଗଣତି ହେବ | ୧୧ଜଣ ପ୍ରାର୍ଥୀ ଥିବାରୁ ଗଣତି ଅଧିକ ସମୟ ଲାଗିବ ବୋଲି କୁହାଯାଇଛି | ସମସ୍ତ ବୁଥ ଗଣତି ସରିଲେ ୫ଟି ବୁଥର ଭିଭିପ୍ୟାଟ ମ୍ୟାଚ କରାଯିବ | ଉଲ୍ଲେଖ ଥାଉ କି ସଦ୍ୟ ଉପନିର୍ବାଚନରେ ପଦ୍ମପୁର ନିର୍ବାଚନମଣ୍ଡଳୀ ନିଜ ପୂର୍ବ ଭୋଟ୍ହାର ରେକର୍ଡ ଭାଙ୍ଗିଥିଲା । ଏଥର ୮୧.୨୯ ପ୍ରତିଶତ ମତଦାନ ହୋଇଛି। ପୂର୍ବରୁ ୨୦୧୪ ଏବଂ ୨୦୧୯ରେ ଏଠାରେ ସର୍ବାଧିକ ୭୯.୧୬ ପ୍ରତିଶତ ମତଦାନ ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp