ବାବୁଲିଙ୍କ ପାଇଁ ଆବଶ୍ୟକ ଆପଣଙ୍କ ଭୋଟ

ଭୁବନେଶ୍ୱର: ପୁନେ ଆର୍ଟ ଫେଷ୍ଟିଭାଲରେ ପ୍ରତିଯୋଗିତା କରୁଛନ୍ତି ଓଡିଆ ପୁଅ । ପୁନେରେ ହେବାକୁ ଥିବା ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇଛନ୍ତି ଢେଙ୍କାନାଳର ଓଡିଆ ପୁଅ ବାବୁଲି କାଣ୍ଡି । ତେବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଯାହାର ଚିତ୍ରକଳାକୁ ଅଧିକ ଭୋଟ ମିଳିଥିବ ସେହି ଚିତ୍ରକଳା ଆସନ୍ତା ୨୬ ଡିସେମ୍ବରରେ ପ୍ରଦର୍ଶିତ ହେବ । ତେଣୁ ଓଡିଆ ପୁଅ ବାବୁଲିଙ୍କୁ ଏହି ଲିଙ୍କରେ ଭୋଟ ଦିଅନ୍ତୁ ଆଉ ତାଙ୍କୁ ସଫଳ କରାନ୍ତୁ ।

https://www.puneartfestival.org/artecon-entry/OTE=

ଢେଙ୍କାନାଳ ଭୁବନ ବ୍ଲକ ଅରଖପାଳ ଗାଁର ବାବୁଲି କାଣ୍ଡି ଭୁବନେଶ୍ୱର ବି.କେ ଆର୍ଟ କଲେଜରେ ପଢୁଛନ୍ତି । ପୁନେ ଫେଷ୍ଟିଭାଲ ପାଇଁ ପ୍ରତିଯୋଗୀଙ୍କ ପାଖରୁ ଏକ ଫଟୋ ମଗାଯାଇଥିଲା ଆଉ ବାବୁଲି ନିଜେ ତିଆରି କରିଥିବା ଏକ ସୁନ୍ଦର ଆକ୍ରିଲିକ ପେଣ୍ଟିଂକୁ ପଠାଇ ଦେଇଥିଲେ । ତା ପରେ ପ୍ରତିଯୋଗିତାରେ ସେ ଭାଗ ନେଉଥିବାର ଏକ ମେସେଜ ପୁନେ ଫେଷ୍ଟିଭାଲରୁ ଆସିଥିଲା ବୋଲି ବାବୁଲି କହିଛନ୍ତି ।

ତେବେ ଦହିବରା ବିକୁଥିବା ଜଣେ ବ୍ୟବସାୟୀଙ୍କ ସୁନ୍ଦର ଫଟୋଟି ବାବୁଲି ପ୍ରତିଯୋଗିତାକୁ ପଠାଇଛନ୍ତି । ପ୍ରତିଯୋଗିତାରେ ସଫଳ କରାଇବାକୁ ସେ ଓଡିଶାବାସୀଙ୍କୁ ଉପରୋକ୍ତ ଲିଙ୍କରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର