ଜୟପାଟଣା : ବିଗତ କୋଡ଼ିଏ ବର୍ଷ ଧରି ଦୟନୀୟ ଜୀବନ କାଟୁଥିବା ଜଳବନ୍ଦୀ ଅଂଚଳର ମତଦାତାଙ୍କୁ ଚଳିତ ନିର୍ବାଚନରେ ସାମିଲ କରିବା ପାଇଁ ପୋଲିଂ କର୍ମଚାରୀମାନେ ମୋଟର ଲଂଚରେ ପହଞ୍ଚିଥିଲେ।

Advertisment

କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ପଂଚାୟତ ଘୃଟୃଖାଲ ଓ ଭିତରଡଙ୍ଗା ବୁଥରେ ୧୭ ଶହ ଭୋଟର ମତଦାନ ପାଇଁ ପଂଜୀକୃତ ‌ହୋଇଛନ୍ତି। ଘୃଟୃଖାଲ ମତଦାନ କେନ୍ଦ୍ରରେ ଝିରି ଓ ତେନ୍ତୁଲିପଦର ମତଦାତାମାନେ ଭୋଟ ଦେଇଥିବା ବେଳେ ଭିତର ଡଙ୍ଗା ଠାରେ ଆଉ ଏକ ନୂଆ ବୁଥ୍‌ ଗଠନ କରା ଯାଇଥିଲା। ଲିଟିମସ୍କା, କାରବାଡି, ଉପରପୁଙ୍ଗା, ତଳପୁଙ୍ଗା, କଳାଟି, କୁଟୃପାଟ ତଳଗୁଜଂମାଳୀ, ଉପର ଗୁଂଜମାଳୀ, ତଳଟେମରା, ଡିପ ଟେମରା, ଭୁରଭୁରୀ ଟେମରା, ସରାଫାସ ଆଦି ଅଂଚଳର ମତଦାତା ଦୁର୍ଗମ ଅଂଚଳ ଅତିକ୍ରମ କରି ମତଦାନ କରିଥିଲେ। ଏହିସବୁ ଦୁର୍ଗମ ବୁଥରେ ମଧ୍ୟ ଭୋଟିଂ ମେସିନ ଅଚଳ ହେବାରୁ ଲୋକଙ୍କୁ କିଛିଘଣ୍ଟା ଧରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଭଳି ଦୁର୍ଗମ ଓ ଜଳବନ୍ଦୀ ଅଂଚଳରେ ମତଦାତାଙ୍କ ସାମ୍ବିଧାନିକ ଭୋଟର ମର୍ଯ୍ୟାଦା ରଖି ଆଗାମୀ ପଞ୍ଚବାର୍ଷିକ ଯୋଜନାରେ ଗମନାଗମନର ସ୍ଥାୟୀ ପ୍ରତିକାର ପାଇଁ ଦାବି ହେଉଛି।