ଝାରସୁଗୁଡ଼ା/ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଆଜି ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ଅନ୍ତିମ ଦିନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସହିତ କଂଗ୍ରେସର ପ୍ରାର୍ଥୀ ଜୋରଦାର ପ୍ରଚାର କରିଛନ୍ତି। ନେତାଙ୍କ ସହିତ ସେମାନଙ୍କର ସହଯୋଗୀ ଓ ତୃଣମୂଳସ୍ତରୀୟ କର୍ମୀମାନେମାନେ ମଧ୍ୟ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ପ୍ରଚାର କରିଛନ୍ତି। ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୧୦ ତାରିଖ (ବୁଧବାର) ଦିନ ଭୋଟ୍ ଗ୍ରହଣ କରାଯିବ। ଏଠାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ଜାରି ରହିବ।
/sambad/media/post_attachments/wp-content/uploads/2023/05/3d45600e-e81e-4708-a13b-74495b56628f.jpg)
ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଭୋଟ ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୋଟ୍ ୨୫୩ଟି ବୁଥ୍ରେ ମତଦାନ ହେବ। ଏଥିରୁ ୨୬ଟି ପିଙ୍କ ବୁଥ୍ ରହିଛି। ଶତପ୍ରତିଶତ ବୁଥ୍ରେ ୱେବ୍କାଷ୍ଟିଂ ଲାଗି ବ୍ୟବସ୍ଥା କରାଯାଇଛି। ଆଜିଠାରୁ ପୋଲିଂ ଅଧିକାରୀ ଓ କର୍ମଚାରୀମାନେ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯିବା ଆରମ୍ଭ କରିଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମସ୍ତ କେନ୍ଦ୍ରକୁ କର୍ମଚାରୀମାନେ ପହଞ୍ଚିବେ। ମତଦାନ କେନ୍ଦ୍ରରେ ପୁଲିସର କଡ଼ାସୁରକ୍ଷା, ଦିବ୍ୟାଙ୍ଗମାନଙ୍କ ପାଇଁ ହୁଇଲ୍ ଚେୟାର, ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ଶ୍ରୀ ଧଳ ବହୁମାତ୍ରାରେ ବୁଥ୍କୁ ଆସି ଭୋଟ୍ ଦେବା ପାଇଁ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମେ’ ୧୦ ତାରିଖ ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହେବ। ମୋଟ୍ ୨୫୩ଟି ବୁଥ୍ରେ ୨ ଲକ୍ଷ ୨୧ ହଜାର ୭୩ ଜଣ ମତଦାତା ଭୋଟ୍ ଦେବେ। ଏଥିରେ ୧ ଲକ୍ଷ ୧୦ ହଜାର ୩୨୩ ଜଣ ପୁରୁଷ, ୧ ଲକ୍ଷ ୧୦ ହଜାର ୬୮୭ ମହିଳା ଓ ୬୩ ଜଣ ଅନ୍ୟାନ୍ୟ ମତଦାତା ସାମିଲ ଅଛନ୍ତି। ଆସନ୍ତା ୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନର ଭୋଟ୍ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/0e068c24-5479-4604-8125-5c6c2a2cc87e.jpg)