ଭୁବନେଶ୍ବର : କେଉଁ ଦଳରେ ଯୋଗଦେବେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ? ନିଜର ପୁରୁଣା ଦଳ ବିଜେଡିକୁ ଫେରିବେ ନା ନୂଆ ଦଳ ଗଢିବେ? ସରକାର ବିେରାଧୀ ହାଵାକୁ ଆଧାର କରି ତୃତୀୟ ବିକଳ୍ପ ମଞ୍ଚ ଗଠନ କରିବେ କି?

Advertisment

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ଆସନ୍ତା ୭ ତାରିଖରେ ନିର୍ଦିଷ୍ଟ କି ରାଜନୈତିକ ବାର୍ତା େଦବାକୁ ଚାହୁଁଛନ୍ତି? ପୂର୍ବତନ ସାଂସଦ ତଥା ଉତ୍କଳ ଭାରତ ସଭାପତି ଐର ଖାରବେଳ ସ୍ବାଇଁ େଯଉଁ ମହାମେଣ୍ଟ ଆଡକୁ ଆଙ୍ଗୁଠି ଉଠାଉଛନ୍ତି, ସେଥିରେ କେଉଁମାନେ ରହିବେ? ପୂର୍ବତନ ମନ୍ତ୍ରୀ ଡାକ୍ତର ଦାେମାଦର ରାଉତ, ପୂର୍ବତନ େକନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କର ନିର୍ବାଚନ ଆଭିମୁଖ୍ୟ କଣ?

ନୂଆବର୍ଷରେ ଏମିତି ମାଳ ମାଳ ପ୍ରଶ୍ନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା େଜାର ଧରିଲାଣି। ସଂପ୍ରତି ଓଡ଼ିଶାର ପ୍ରମୁଖ ତିନି ରାଜନୈତିକ ଦଳ ନିର୍ବାଚନ ମଇଦାନରେ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି ଓ କେହି ବି ନିଜ ସ୍ଥିତି େନଇ ଦୃଢ଼ ନିଶ୍ଚିତ େହାଇପାରୁନଥିବା ପରିପ୍ରେକ୍ଷୀରେ ଏଭଳି କିଛି େନତାଙ୍କ ଗତିବିଧି ଉପରେ ନଜର ରଖିବା ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡିଛି।

ଖାସ୍ ଏଇଥିପାଇଁ, ଶାସକ ବିେଜଡିର େନତାମାନେ େସମାନଙ୍କ ସଂପର୍କରେ ଖବର ପଚାରି ବୁଝୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଶାବାଡି କରିଥିବା ରାଜ୍ୟ ବିେଜପି େନତାମାନେ ନଜର ରଖିଛନ୍ତି। ସର୍ବୋପରି କଂଗ୍ରେସ ଏମାନଙ୍କ ନିଷ୍ପତ୍ତିକୁ ଅନେକାଂଶରେ ଅପେକ୍ଷା କରିଥିବା ଭଳି ମନେ େହଲାଣି।

ଏସବୁ ନେତାଙ୍କର ନିଷ୍ପତ୍ତି କେତେ ନିର୍ବାଚନମଣ୍ଡଳୀ ତଥା କେତେ ପ୍ରତିଶତ େଭାଟ ବ୍ୟାଙ୍କକୁ ପ୍ରଭାବିତ କରିବ, ତାହା ନିର୍ବାଚନ ପରବର୍ତୀ ସମୟରେ ଜଣାପଡିବ। କିନ୍ତୁ ଦଶନ୍ଧି ଧରି ଅଣ କଂଗ୍ରେସ ରାଜନୀତିରେ ପତିଆରା ଜାହିର କରିଥିବା ଏହି େନତା ପ୍ରମୁଖ ଦୁଇ ରାଜନୈତିକ ଦଳ ବିେଜଡି ଓ ବିଜେପିରେ କ୍ଷତି ପହଞ୍ଚାଇବା ବିଚିତ୍ର ନୁହେଁ। ଏପରିକି େଯଉଁ ନେତାମାନଙ୍କର ଟିକେଟ୍ କଟିବ, େସମାେନ ଏହି ତୃତୀୟ ପକ୍ଷର ସାହାରା େନଇ ନିଜ ଦଳ ଉପରେ ରାଗ ଶୁଝାଇବା ପାଇଁ ମଉକା ପାଇବେ, ଯାହା ପରୋକ୍ଷରେ କଂଗ୍ରେସକୁ ସୁହାଇପାେର।

ଗଣମାଧ୍ୟମରେ ଚର୍ଚ୍ଚା େଜାର ଧରିଥିଲେ ହେଁ, ବିଜୟ ମହାପାତ୍ର ବିଜେଡିକୁ େଫରିବା ବାଟ ସମ୍ପୂର୍ଣ୍ଣ ଉନ୍ମୁକ୍ତ େହାଇନାହିଁ କିମ୍ବା ସହଜ ବି ନୁହେଁ। ବର୍ତମାନର ଆବଶ୍ୟକତା ଦୃଷ୍ଟିରୁ ବିେଜଡି ମୁଖିଆଙ୍କ ପାଇଁ ଏହା ରାଜନୈତିକ ବାଧ୍ୟବାଧକତା େବାଲି େଗାଟିଏ ମହଲ ବିଚାର କରୁଛନ୍ତି। ଦଳୀୟ ସ୍ବାର୍ଥ ଅପେକ୍ଷା ପ୍ରମୁଖ କାର୍ପଟଦାରମାନଙ୍କ ପାଇଁ ବ୍ୟକ୍ତି ସ୍ବାର୍ଥ ଅଧିକ ଗୁରୁତ୍ବ ପାଇଥିବା କାରଣରୁ ଅନ୍ୟ େଗାଟିଏ ମହଲ ଏହି ରାସ୍ତାରେ ବାଟ ଓଗାଳିଛନ୍ତି। ତେବେ ଏକଥା ବି ସତ େଯ ପାଖାପାଖି ଦୁଇ ଦଶନ୍ଧି ଧରି ନିଜ ସ୍ବାଭିମାନକୁ ଜାବୁଡି ଧରିଥିବା ବିଜୟ ମହାପାତ୍ର କେଉଁ ପରିସ୍ଥିତିରେ ଅଥବା କେଉଁ ସ୍ବାର୍ଥ ବିନିମୟରେ ବିେଜଡି ସହିତ ସାଲିସ କରିବେ ତାହା ବି ସାମାନ୍ୟ କଥା ନୁହେଁ। ତେବେ ଅଣ କଂଗ୍ରେସ ରାଜନୀତିର ମଙ୍ଗ ଧରିଥିବା କାରଣରୁ ଏମାନଙ୍କର ସିଧାସଳଖ କଂଗ୍ରେସ େଯାଗଦାନ ବି େଭାଟରଙ୍କୁ ଗ୍ରହଣ େହାଇନପାରେ। ଏଭଳିସ୍ଥିତିରେ ଉଭୟ ବିଜୟ ଓ ଦିଲ୍ଲୀପ ନିଜ ନିଜ ଢଙ୍ଗରେ େଭାଟରଙ୍କ ମତ େଲାଡିଛନ୍ତି। ବିଜୟ ମହାକାଳପଡାର େଗାଜବାୟାଣୀ ପୀଠରେ ବୈଠକ କରିଥିଲେ, ଦିଲ୍ଲୀପ ରାଉରକେଲାରେ। କର୍ମୀ େନତାଙ୍କ ଉପରେ ପରବର୍ତୀ ନିଷ୍ପତ୍ତି ଛାଡିଥିବାରୁ ଉଭୟଙ୍କ ପାଇଁ ରାସ୍ତା ଟିକିଏ ସହଜ େବାଧ େହଉଛି।

ରାଜନୈତିକ ମହଲର ପୂର୍ବାନୁମାନ େହଉଛି, ଶ୍ରୀ ମହାପାତ୍ର ଯଦି ତୃତୀୟ ପକ୍ଷରେ ରହିଲେ, ତେବେ ଉଭୟ ବିେଜଡି ଓ ବିେଜପିକୁ ପ୍ରଚଣ୍ଡ ଆକ୍ରମଣ କରିବା ଲାଗି କୌଣସି ସୁେଯାଗ ହାତଛଡା କରିବେ ନାହିଁ। ସେହିଭଳି ବିେଜଡିରୁ ବିଦା େହାଇଥିବା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ତାଙ୍କ ରାଜନୈତିକ ନିଷ୍ପତ୍ତି ଶୁଣାଇ ନଥିଲେ ହେଁ, ନିଶାଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େଯମିତି ଅଛନ୍ତି, ବିଜୁ ବାବୁଙ୍କ ଭଳି ସେ ବି ସାଂପ୍ରଦାୟିକ ଦଳକୁ ମଧ୍ୟ ଆଘାତ େଦବେ ହିଁ ଦେବେ।

ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ଆଜି ଗଣମାଧ୍ୟମକୁ କହିଛନ୍ତି, ଆସନ୍ତା ୭ ତାରିଖରେ ତାଙ୍କର ପୁସ୍ତକ ଉନ୍ମୋଚନ ପରେ ସେ ତାଙ୍କର ରାଜନୈତିକ କାର୍ଯ୍ୟକ୍ରମ ସମ୍ପକରେ ସୂଚନା ଦେବେ। ବୈଜୟନ୍ତ ବିେଜପିକୁ ଯିବା ରାସ୍ତା ଆପାତତଃ କ୍ଷୀଣ ଓ ବିେଜଡି ହିଁ ତାଙ୍କର ପରମ ଶତ୍ରୁ। ଏଣୁ ଉଭୟ ଦଳ ବିେରାଧରେ ଯାଇ ସେ ନିର୍ବାଚନ ସାମ୍ନା କରିପାରନ୍ତି, ଏକଥାକୁ କେହି ଅସ୍ବୀକାର କରୁନାହାନ୍ତି। ଏମିତି ସମୟରେ ଆଜି ଐର ଖାରବେଳ ସ୍ବାଇଁ କହିଛନ୍ତି େଯ ଖୁବ୍ ଶୀଘ୍ର ମହାମେଣ୍ଟ ଗଠନ ହେବ। ଯଦିଓ ଶ୍ରୀ ସ୍ବାଇଁ ବୈଜୟନ୍ତ, ବ୍ରଜକିଶୋର ତ୍ରିପାଠୀ ଓ ଡାକ୍ତର ରାଉତଙ୍କ ନାଁ ନେଇଛନ୍ତି, ତଥାପି ଆଉ କେଉଁମାନଙ୍କୁ ନଜରରେ ରଖି ଶ୍ରୀ ସ୍ବାଇଁ ମହାେମଣ୍ଟ ଗଠନର ସ୍ବରୂପ ନିର୍ଣ୍ଣୟ କରୁଛନ୍ତି ତାହା ଏଯାଏ ସ୍ପଷ୍ଟ କରିନାହାନ୍ତି। ହେଲେ ଏ ସଙ୍କେତ ମିଳୁଛି େଯ ସେ ବିେଜପିକୁ େଫରିବା ଲାଗି େବାଧହୁଏ ଆଉ ଚାହୁଁନାହାନ୍ତି। େଗରୁଆ ଦଳର ଆଭିମୁଖ୍ୟ େନଇ ତାଙ୍କ ମନରେ ଅନେକ ଦ୍ବନ୍ଦ୍ବ ରହିଛି। ତେବେ ବିେଜଡି ବିେରାଧରେ ତାଙ୍କର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ।

ରାଜନୈତିକ ମହଲର କହିବା କଥା େହଉଛି, ଏସବୁ ସୂଚାଇ ଦେଉଛି େଯ ଆସନ୍ତା ନିର୍ବାଚନରେ ସରକାର ଓ େକନ୍ଦ୍ର ସରକାର ବିରୋଧରେ ଓଡ଼ିଶାରେ ଏକ ବଡ଼ ଲଢେଇ େହବ। ତେବେ ଏଥିରୁ କିଏ ଫାଇଦା ଉଠାଇବେ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ।