ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୫ ଅଭିଯାନ କ୍ରମରେ ଭୋଟରମାନଙ୍କ ପାଇଁ ଏକ ଭୋଟର ସହାୟତା କେନ୍ଦ୍ରକୁ ଜିଲ୍ଲlପାଳ ହେମକାନ୍ତ ସଏ ଉଦଘାଟନ କରିଥିଲେ।ଉକ୍ତ କେନ୍ଦ୍ରକୁ ଉଦଘାଟନ କରି ଜିଲ୍ଲାପାଳ କହିଥିଲେ କି ଏହି ସହାୟତା କେନ୍ଦ୍ର ନଭେମ୍ବର ୨୮ ପର୍ଯ୍ୟନ୍ତ ଜନସାଧାରଣ ତଥା ଭୋଟରମାନଙ୍କ ନିମନ୍ତେ କାର୍ଯ୍ୟ କରିବ। ସହାୟତା କେନ୍ଦ୍ର ମାଧ୍ୟମରେ ନିକଟ ଭବିଷ୍ୟତରେ ଯୋଗ୍ୟ ବିବେଚିତ ହେବାକୁ ଯାଉଥିବା ନୂତନ ଭୋଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିପାରିବେ। ତତସହିତ ପୂର୍ବରୁ ପଞ୍ଜିକୃତ ହୋଇଥିବା ଭୋଟର ମାନେ ଭୋଟର ତାଲିକାରେ ସେମାନଙ୍କର ରହିଥିବା ବିଭିନ୍ନ ବ୍ୟକ୍ତିଗତ ତଥ୍ୟର ତ୍ରୁଟି ଗୁଡିକୁ ନିୟୋଜିତ ଥିବା କର୍ମଚାରୀମାନଙ୍କ ସହାୟତାରେ ଉଦ୍ଦିଷ୍ଟ ଫର୍ମ ଜରିଆରେ ସଂଶୋଧନ କରାଇ ପାରିବେ।
ଆଗାମୀ ସମୟରେ ପ୍ରକାଶନ ହେବାକୁ ଥିବା ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ଭୋଟର ପଞ୍ଜିକୃତ ହେବା ସହ ଏକ ତ୍ରୁଟି ଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ। ତେଣୁ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ଉଦେଶ୍ୟରେ ମତଦାନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ବିବେଚିତ ଭୋଟର ସେମାନଙ୍କ ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ଲକ୍ଷ୍ୟ ନେଇ ଆଗାମୀ ସମୟରେ ଦେଶରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ମହାପର୍ବରେ ସାମିଲ ହେବା ପାଇଁ ଜନସାଧାରଣ ତଥା ପ୍ରତ୍ୟେକ ଯୋଗ୍ୟ ମତଦାତା ଏହି ସହାୟତା କେନ୍ଦ୍ରର ସୁଯୋଗ ନେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଆଗାମୀ ଦିନରେ ପ୍ରକାଶନ ହେବାକୁ ଥିବା ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ଭୋଟର ପଞ୍ଜିକୃତ ହେବା ସହ ଏକ ତ୍ରୁଟି ଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ। ତେଣୁ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ଉଦେଶ୍ୟରେ ମତଦାନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ବିବେଚିତ ଭୋଟର ସେମାନଙ୍କ ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ଲକ୍ଷ୍ୟ ରଖାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ,ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆଶନୀ ଏଏଲଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/11/FtfNbJiUnLc4WE7W6MkG.jpg)