ଖୋଲିଲା ରାଜ୍ୟସ୍ତରୀୟ ଭୋଟର ସହାୟତା କେନ୍ଦ୍ର

ଭୁବନେଶ୍ବର : ଆସନ୍ତା ସାଧାରଣ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ଭୋଟର ଭାଇଭଉଣୀମାନଙ୍କ ସୁବିଧା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ‘ଭୋଟର ସହାୟତା କେନ୍ଦ୍ର’ ଖୋଲିଛି। ଏହାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଉଦ୍‌ଘାଟନ କରିଛନ୍ତି। ଏହି ସହାୟତା କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ନାମ, କ୍ରମିକ ସଂଖ୍ୟା ଏବଂ କେଉଁ ବୁଥ୍‌ରେ ସେମାନେ ଭୋଟ୍‌ ଦେଇପାରି‌େବ ସେନେଇ ସବିଶେଷ ତଥ୍ୟ ଜାଣିପାରିବେ। ଏହାସହ ରାଜ୍ୟର ସବୁ ଜିଲ୍ଲା ସଦର ମହକୁମା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ବ୍ଲକ୍ ଏବଂ ତହସିଲ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ରମାନ ଖୋଲିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଏହି ଅବସରରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ ରାମଚନ୍ଦ୍ର ଯାଦବ, ଅଭୟ କୁମାର ନାୟକ, ଇଲେକ୍ସନ ୱାଚ୍‌ର ମୁଖ୍ୟ ସହଦେବ ସାହୁ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରଘୁରାମ ଆର୍‌. ଆୟର, ଶତ୍ରୁଘ୍ନ କର, ଭୁବନେଶ୍ବର ଉପଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାହୁ, ସହକାରୀ ମୁଖ୍ୟ ନିର୍ବାଚନ ଅଧିକାରୀ କାଶିନାଥ ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥି‌େଲ।

ସମ୍ବନ୍ଧିତ ଖବର