ବାଦ୍‌ ପଡ଼ିଥିବା ମତଦାତାଙ୍କ ପଞ୍ଜୀକରଣ ୨୩, ୨୪ରେ

ଭୁବନେଶ୍ବର : ଆସନ୍ତା ୨୩ ଓ ୨୪ ତାରିଖରେ ବାଦ୍‌ ପଡ଼ିଥିବା ମତଦାତାଙ୍କ ପାଇଁ ପଞ୍ଜୀକରଣ କରାଯିବ। ଭୋଟର ତାଲିକାରେ ନାମ ନ ଥିବା ମତଦାତାମାନେ ସଂପୃକ୍ତ ଭୋଟଗ୍ରହଣ କେନ୍ଦ୍ରରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ନାମ ଯୋଡ଼ିବା ପାଇଁ ଫର୍ମ-୬ ପୂରଣ କରି ପ୍ରଦାନ କରିପାରିବେ। ଅନ୍‌ଲାଇନ ଯୋଗେ www.nvsp.in/www.ceoorissa.nic.inରେ ମଧ୍ୟ ମତଦାତାମାନେ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର