ସୁନ୍ଦରଗଡ଼ ପଞ୍ଚାୟତ ନିର୍ବାଚନ: ଲାଠିକଟାରେ ସର୍ବାଧିକ ଓ ଗୁରୁଣ୍ଡିଆରେ ସର୍ବନିମ୍ନ ଭୋଟର

ଦ୍ୱିତୀୟ ସ୍ଥାନରେ କୁଆରମୁଣ୍ଡା, ତୃତୀୟରେ ରାଜଗାଙ୍ଗପୁର

ରାଉରକେଲା : ଆସନ୍ତା ୧୬ରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଜମୁଛି ଗାଁ ପ୍ରଚାର। ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳ ପକ୍ଷରୁ ବାଜୁଛି ମନ ମତାଣିଆ ନିର୍ବାଚନୀ ଗୀତ। ଚଳିତ ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାର ୩୫ ଜିଲ୍ଲା ପରିଷଦ, ୨୭୯ ସରପଞ୍ଚ ଓ ୩,୬୨୩ ୱାର୍ଡ ସଭ୍ୟଙ୍କୁ ବାଛିବେ ୧୦ ଲକ୍ଷ ୮୪ ହଜାର ୭୦୨ ଭୋଟର। ଜିଲ୍ଲାର ସର୍ବାଧିକ ଭୋଟର ରହିଛନ୍ତି ଲାଠିକଟା ବ୍ଲକରେ। ବ୍ଲକରେ ମୋଟ ଭୋଟ ସଂଖ୍ୟା ହେଉଛି ୮୯ ହଜାର ୯୭୫। ଲାଠିକଟା (କ) ଜୋନ୍‌ରେ ୭ଟି ପଞ୍ଚାୟତରେ ୨୯ ହଜାର ୬୬ ଭୋଟର ରହିଥିବାବେଳେ (ଖ) ଜୋନ୍‌ର ୫ଟି ପଞ୍ଚାୟତ ୩୧ ହଜାର ୧୦୫, (ଗ) ଜୋନ୍‌ରେ ୬ଟି ପଞ୍ଚାୟତରେ ମୋଟ ୨୯ ହଜାର ୮୦୪ ଭୋଟର ରହିଛନ୍ତି। ସର୍ବନିମ୍ନ ୪୮ ହଜାର ୪୧୯ ଭୋଟର ରହିଛନ୍ତ ଉପାନ୍ତ ବ୍ଲକ ଗୁରୁଣ୍ଡିଆରେ। ଗୁରୁଣ୍ଡିଆ ଜିଲ୍ଲା ପରିଷଦ (କ)ଜୋନ୍‌ ୭ଟି ପଞ୍ଚାୟତରେ ୨୪ ହଜାର ୯୫୩ ଭୋଟର ରହିଥିବାବେଳେ (ଖ) ଜୋନ୍‌ର ୬ଟି ପଞ୍ଚାୟତରେ ୨୩ ହଜାର ୪୬୬ ‌ଭୋଟର ରହିଛନ୍ତି।

ଭୋଟର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି କୁଆରମୁଣ୍ଡା ବ୍ଳକ। ୨୦ ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକରେ ଜିଲ୍ଲା ପରିଷଦ (କ) ଜୋନ୍‌ରେ ୧୧ଟି ପଞ୍ଚାୟତର ୨୬ ହଜାର ୭୮୭ ଭୋଟର ରହିଥିବା ବେଳେ (ଖ) ଜୋନ୍‌ରେ ୯ ପଞ୍ଚାୟତରେ ମୋଟ ୪୨ ହଜାର ୪୯୭ ଭୋଟ ରହିଛନ୍ତି। ତୃତୀୟ ସ୍ଥାନରେ ରହିଛି ରାଜଗାଙ୍ଗପୁର ବ୍ଲକ। ଏହି ବ୍ଲକରେ ମୋଟ ଭୋଟର ସଂଖ୍ୟା ହେଉଛି ୭୯, ୯୩୯ । ରାଜଗାଙ୍ଗପୁର (କ) ଜିଲ୍ଲା ପରିଷଦ ଜୋନ୍‌ର ୧୨ଟି ପଞ୍ଚାୟତରେ ୪୪, ୩୦୮ ଭୋଟର ରହିଥିବାବେଳେ (ଖ) ଜୋନ୍‌ରେ ୮ ପଞ୍ଚାୟତରେ ରହିଛନ୍ତି ୩୫, ୬୩୧ ଭୋଟର। ବଡଗାଁରେରେ ୫୫ ହଜାର ୮୦୧ ଭୋଟର ରହିଛନ୍ତି। ବଣାଇଗଡରେ ୫୨,୦୬୧, ସବ୍‌ଡେଗାରେ ୫୦, ୬୧୨, କୁତ୍ରାରେ ୬୪,୮୨୪, ନୂଆଗାଁରେ ୭୯, ୦୫୧, ବିଶ୍ରାରେ ୫୯, ୩୭୪, ବାଲିଶଙ୍କରାରେ ୬୭,୦୭୮ ଭୋଟର ରହିଛନ୍ତି। ‌ସେହିପରି କୋଇଡାରେ ୫୪, ୫୯୦, ଲେଫ୍ରିପଡାରେ ୬୧, ୨୨୧, ହେମଗିରିରେ ୬୫, ୫୮୯, ଲହୁଣିପଡାରେ ୬୮,୦୨୫, ସୁନ୍ଦରଗଡ଼ ସଦରରେ ୫୫,୦୫୦, ଟାଙ୍ଗରପାଲିରେ ୪୯, ୮୬୧ ଓ ଗୁରୁଣ୍ଡିଆରେ ଜିଲ୍ଲାରେ ସର୍ବନିମ୍ନ ୪୮, ୪୧୯ ଭୋଟର ରହିଛନ୍ତି। ବଣାଇଗଡରେ ୧୩ଟି ପଞ୍ଚାୟତରୁ (କ) ଜିଲ୍ଲା ପରିଷଦ ଆସନ ଅଧୀନରେ ୭ଟି, (ଖ) ଜୋନ୍‌ ଅଧୀନରେ ୬ଟି ପଞ୍ଚାୟତ ରହିଛି। (କ) ଜୋନ୍‌ରେ ୨୬,୫୨୫ ଓ (ଖ) ଜୋନ୍ରେ ୨୫,୫୩୬ ଭୋଟର ରହିଛନ୍ତି। ସବ୍‌ଡେଗା ବ୍ଲକ ଅଧୀନ ଦୁଇଟି ଜିଲ୍ଲା ପରିଷଦ ଜୋନରେ ଅଧୀନରେ ୭ଟି କରି ମୋଟ ୧୪ଟି ପଞ୍ଚାୟତ ରହିଛି। (କ)ଜୋନରେ ୨୬,୬୨୭ ଓ (ଖ) ଜୋନ୍‌ରେ ୨୩,୯୮୫ ଭୋଟର ରହିନ୍ତି।

କୁତ୍ରା ବ୍ଲକରେ ୧୬ଟି ପଞ୍ଚାୟତରୁ (କ) ଜିଲ୍ଲା ପରିଷଦ ଜୋନ୍‌ ଅଧୀନରେ ୯ ପଞ୍ଚାୟତରେ ମୋଟ ୩୩,୩୪୨ ଭୋଟର ରହିଛନ୍ତି। (ଖ) ଜୋନ୍‌ ୭ଟି ପଞ୍ଚାୟତ ଅଧୀନରେ ରହିଛନ୍ତି ୩୧, ୪୮୨ ଭୋଟର। ନୂଆଗାଁ ବ୍ଲକରେ ୨୦ଟି ପଞ୍ଚାୟତରୁ (କ) ଓ (ଖ) ଜିଲ୍ଲା ପରିଷଦ ଜୋନ୍‌ ଅଧୀନରେ ମୋଟ ୧୦ଟି ଲେଖାଏଁ ପଞ୍ଚାୟତ ରହିଛି। (କ)ର ଜୋନ୍‌ରେ ୩୮, ୦୪୪ ଭୋଟର ରହିଥିବାବେଳେ (ଖ) ଜୋନରେ ମୋଟ ଭୋଟର ସଂଖ୍ୟା ହେଉଛି ୪୧,୦୦୭। ବିଶ୍ରା ବ୍ଲକ ଅଧୀନରେ ମୋଟ ୧୪ଟି ପଞ୍ଚାୟତ ରହିଛି। (କ) ଜିଲ୍ଲ ପରିଷଦ ଜୋନ୍‌ରେ ୫ଟି ପଞ୍ଚାୟତରେ ୨୬, ୩୧୭ ଭୋଟର ରହିଥବାବେଳେ ବିଶ୍ରା (ଖ)ରେ ୯ଟି ପଞ୍ଚାୟତରେ ମୋଟ ୩୩, ୦୫୭ ‌ଭୋଟର ରହିଛନ୍ତି। ବାଲିଶଙ୍କରା ବ୍ଲକର ୧୯ଟି ପଞ୍ଚାୟତରେ ମଧ୍ୟରୁ (କ) ଜିଲ୍ଲା ପରିଷଦ ଜୋନରୁ ୧୦ଟି ପଞ୍ଚାୟତରେ ୩୧, ୫୨୩, (ଖ) ଜୋନରେ ୯ଟି ପଞ୍ଚାୟତରେ ୩୫, ୫୫୫ ଭୋଟ ରହିଛନ୍ତି। ରାଜଗାଙ୍ଗପୁର ୨୦ଟି ପଞ୍ଚାୟତ (କ) ଜିଲ୍ଲା ପରିଷଦ ଜୋନ୍‌ ଅଧୀନରେ ୧୨ଟି , (ଖ) ଜୋନ୍‌ ଅଧୀନରେ ୮ଟି ପଞ୍ଚାୟତ ରହିଛି। (କ) ଜୋନ୍‌ରେ ୪୪,୩୦୮ ଭୋଟର ରହିଥିବାବେଳେ (ଖ)ରେ ୩୫, ୬୩୧ ଭୋଟର ରହିଛନ୍ତି। କୋଇଡା ୧୫ଟି ପଞ୍ଚାୟତରୁ (କ) ଜୋନ୍‌ରେ ୮ ପଞ୍ଚାୟତ ୨୭,୧୦୪, (ଖ) ଜୋନ୍‌ରେ ୨୭,୪୮୬ ‌ଭୋଟ ରହିଛନ୍ତି।

ଲେଫ୍ରିପଡା ମୋଟ ୧୭ଟି ପଞ୍ଚାୟତରୁ (କ) ଜିଲ୍ଲା ପରିଷଦରେ ୮ଟି, (ଖ)ରେ ଜୋନ୍‌ରେ ଯଥାକ୍ରମେ ୨୭,୪୭୯ ଓ ୩୩,୭୪୨ ଭୋଟର ରହିଛନ୍ତି। ହେମଗିରିରେ ୧୯ଟି ପଞ୍ଚାୟତରୁ (କ) ଜୋନ୍‌ରେ ୯ ପଞ୍ଚାୟତରେ ୩୨,୪୭୬ ଓ (ଖ) ୧୦ ଟି ପଞ୍ଚାୟତରେ ୩୩,୧୧୩ ଭୋଟର ରହିଛନ୍ତି। ଲହୁଣିପଡାରେ ୧୭ ପଞ୍ଚାୟତରୁ (କ) ଜିଲ୍ଲା ପରିଷଦ ‌ଜୋନର ୮ଟି ପଞ୍ଚାୟତରେ ୩୭,୯୮୩ ଓ (ଖ) ଜୋନ୍‌ରେ ୯ ପଞ୍ଚାୟତରେ ୩୦,୦୧୨ ଭୋଟର ରହିଛନ୍ତି। ସୁନ୍ଦରଗଡ଼ ସଦରରେ ବ୍ଲକରେ (କ) ଜୋନ୍‌ର ୯ ପଞ୍ଚାୟତରେ ୨୯,୦୫୨ ଓ (ଖ) ଜୋନ୍‌ରେ ୨୫,୯୯୮ ଭୋଟର ରହିଛନ୍ତି। ଟାଙ୍ଗରପାଲି (କ)ଜିଲ୍ଲା ପରିଷଦ ଜୋନ୍‌ର ୭ ପଞ୍ଚାୟତରେ ୨୪, ୩୬୦ ଓ (ଖ) ଜୋନ୍‌ରେ ୬ ପଞ୍ଚାୟତରେ ୨୫,୫୦୧ ‌ଭୋଟର ରହିଛନ୍ତି।

ସମ୍ବନ୍ଧିତ ଖବର