ବଲାଙ୍ଗୀର: ଚାଲିଛି ପୌର ମତଦାନ ପ୍ରକ୍ରିୟା। ବହୁ ହେଭିୱେଟ ନେତା ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ଆଜି ମତଦାନ କରିଛନ୍ତି। ବଲାଙ୍ଗୀର ପୌର ସଂସ୍ଥାର ୧୨ ନମ୍ୱର ୱାର୍ଡ କ୍ଲବପଡା ଲକ୍ଷ୍ମୀନାରାୟଣ ସ୍କୁଲଠାରେ ଥିବା ବୁଥକୁ ଯାଇ ଭୋଟ ଦେଇଥିଲେ ନରସିଂହ ମିଶ୍ର। ସମସ୍ତେ ବୁଥକୁ ଆସି ମତଦାନ କରି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିଥିଲେ ନରସିଂହ। ଏହା ସହିତ ବୟସ୍କ ଭୋଟରଙ୍କ ପାଇଁ ବୁଥମାନଙ୍କରେ ଆଉ ଟିକିଏ ସୁବିଧା କରିବାର ଥିଲା ବୋଲି ନରସିଂହ ମିଶ୍ର କହିଛନ୍ତି।
/sambad/media/post_attachments/wp-content/uploads/2022/03/Untitled-40.png)
ଏଣେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଏନଏସିରେ ପୌର ନିର୍ବାଚନ ପାଇଁ ମତଦାନ ହେଉଛି। ପ୍ରଶାସନ ପକ୍ଷରୁ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ସମସ୍ତ ପୋଲିଂ ବୁଥ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଣ୍ଟାବାଞ୍ଜି ଏନଏସିର ୧୬ ଟି ୱାର୍ଡର ୨୫ଟି ବୁଥରେ ୧୭୭୫୧ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ୨୫ଟି ବୁଥ ମଧ୍ୟରୁ ୧ଟି ହାଇପର ସେନସିଟିଭ ବୁଥ, ୧୫ଟି ସେନସିଟିଭ ବୁଥ, ୧ ଟି ପିଙ୍କ ବୁଥ। ସେହିପରି ମଡେଲ ବୁଥ୍ ୧ଟି ରହିଛି। ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ନିର୍ବାଚନକୁ କିପରି ସୁରୁଖୁରୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ସକାଳୁ ଲୋକେ ଲମ୍ବା ଲାଇନରେ ଛିଡା ହୋଇ ଉତ୍ସାହର ସହ ମତଦାନ କରୁଛନ୍ତି।
ଏଣେ ଜିଲ୍ଲାର ତୁଷୁରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୧୧ ଟି ୱାର୍ଡ ର କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ଗୁରୁବାର ସକାଳରୁ ମତାଦନ ଗ୍ରହଣ ଆରମ୍ଭ ହୋଇଯାଇଛି। ମହିଳା ଓ ପୁରୁଷ ଲମ୍ବା ଲାଇନରେ ଆସି ଭୋଟ ଦେଉଥିବା ବେଳେ ୬ ଓ ୭ ନମ୍ବର ବୁଥକୁ ପ୍ରଶାସନ ପକ୍ଷରୁ ପିଙ୍କ ବୁଥ୍ କରାଯାଇଛି। ଭୋଟ ଦେବାକୁ ଆସୁଥିବା ମତଦାତା ମାନେ ପିଙ୍କ ବୁଥରେ ସେଲଫି ନେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ୧୧ ଟି ୱାର୍ଡରୁ ସମ୍ବଦନଶୀଳ ବୁଥ ଭାବେ ୩,୪,୯ଓ ୧୦ ନମ୍ବର ୱାର୍ଡ଼ର ବୁଥକୁ ଅତି ସମ୍ବେଦନଶୀଳ ବୁଥ ଭାବେ ନିଆଯାଇଛି। ନିର୍ବାଚନ ପରିଚାଳନା ପାଇଁ ୧୪ ଜଣ ପ୍ରିଜାଇଡିଂ ଅଧିକାରୀ ଓ ୫୬ ଜଣ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପୋଲିଂ ଅଧିକାରୀ ରହିଥିବା ବେଲେ ଶାନ୍ତିଶୃଙ୍ଖଳାରେ ଭୋଟ ଗ୍ରହଣ କରିବା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଅଧ୍ୟକ୍ଷ ଆସନ ପାଇଁ ତିନି ଦଳ ପକ୍ଷରୁ ୩ ଜଣ ପ୍ରାର୍ଥୀ ରହିଛନ୍ତି ଓ ୧୧ଟି ୱାର୍ଡ଼ ପାଇଁ ୧ ୩୨ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Untitled-39.png)