ରାଉରକେଲା : ଆଜି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ। ସୁନ୍ଦରଗଡ଼ର ଜିଲ୍ଲାର ବାକିଥିବା ୩ ବ୍ଲକରେ ୬ ଜିଲ୍ଲା ପରିଷଦ, ୪୨ ସରପଞ୍ଚ ଓ ସମିତି ସଭ୍ୟ ସହ ୫୫୦ ୱାର୍ଡ ସଭ୍ୟ ପାଇଁ ମତଦାନ କରୁଛନ୍ତି ଭୋଟର । ତିନିଟି ବ୍ଲକ ଗୁରୁଣ୍ଡିଆ, ଟାଙ୍ଗରପାଲି ଓ ସୁନ୍ଦରଗଡ଼ ସଦରରେ ମୋଟ ୫୫୦ଟି ବୁଥ ହୋଇଛି। ଗୁରୁଣ୍ଡିଆରେ ୧୫୭, ଟାଙ୍ଗରପାଲିରେ ୧୭୯ ଓ ସୁନ୍ଦରଗଡ଼ ସଦର ବ୍ଲକରେ ସର୍ବାଧିକ ୨୧୪ଟି ପୁଲିଂ ବୁଥ୍ କରାଯାଇଛି। ଗୁରୁଣ୍ଡିଆରେ ୧୫୭ ବୁଥ୍ ମଧ୍ୟରୁ ୩୧ ବୁଥ୍ ସମ୍ବେଦନଶୀଳ ଓ ୧୬ଟି ବୁଥ ଅତି ସମ୍ବେଦନଶୀଳ ବୁଥ୍ ରହିଛି। ଟାଙ୍ଗରପାଲିରେ ୯୮ଟି ସମ୍ବେଦନଶୀଳ ଓ ୨ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି। ସୁନ୍ଦରଗଡ଼ ସଦରରେ ୮୯ ସମ୍ବେଦନଶୀଳ ଓ ୬୮ ଅତି ସମ୍ବେଦନଶୀଳ ବୁଥ୍ ରହିଛି। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତିନି ବ୍ଲକରେ ମୋଟ ୧ ଲକ୍ଷ ୫୩ ହଜାର ୩୩୦ ଭୋଟର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି।
/sambad/media/post_attachments/wp-content/uploads/2022/02/29641f29-4101-4d06-8e58-dbd1a96631a2-300x135.jpg)
ଟାଙ୍ଗରପାଲି ଜିଲ୍ଲା ପରିଷଦ (କ) ଜୋନ୍ରେ ୭ଟି ପଞ୍ଚାୟତ ଓ ୯୭ ୱାର୍ଡ ସଭ୍ୟ ଅଛନ୍ତି। ମୋଟ ଭୋଟର ସଂଖ୍ୟା ହେଉଛି ୨୪ ହଜାର ୩୬୦ ଟଙ୍କା। (ଖ) ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ୬ଟି ପଞ୍ଚାୟତ ଓ ୮୨ଟି ୱାର୍ଡ ରହିଛି। ମୋଟ ଭୋଟର ସଂଖ୍ୟା ହେଉଛନ୍ତି ୨୫ ହଜାର ୫୦୧। ଗୁରୁଣ୍ଡିଆ ବ୍ଲକ (କ) ଜିଲ୍ଲା ପରିଷଦ ଜୋନ୍ରେ ୭ଟି ପଞ୍ଚାୟତ ଓ ୮୪ ୱାର୍ଡ ରହିଛି। ମୋଟର ଭୋଟର ସଂଖ୍ୟା ହେଉଛନ୍ତି ୨୪ ହଜାର ୯୫୩। ସେମିତି (ଖ)ଜୋନ୍ ଅଧୀନରେ ୬ଟି ପଞ୍ଚାୟତ ଓ ୭୩ଟି ୱାର୍ଡ ରହିଛି। ମୋଟ ୨୩ ହଜାର ୪୬୬ ଭୋଟର ରହିଛନ୍ତି। ଅନୁରୂପ ଭାବେ ସୁନ୍ଦରଗଡ଼ ସଦର ବ୍ଳକ (କ) ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ୯ଟି ପଞ୍ଚାୟତ ଓ ୧୨୫ଟି ୱାର୍ଡ ସଭ୍ୟ ରହିଛି। ମୋଟ ଭୋଟର ହେଉଛନ୍ତି ୨୯ ହଜାର ୫୨।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/6cbadae9-226c-453f-9559-54e9caa32c76.jpg)