ଭୁବନେଶ୍ୱର : ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଆରମ୍ଭ ହେଲା ଭୋଟଗ୍ରହଣ । ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ଭୋଟ ଦେବା ପାଇଁ ଭୋଟଗ୍ରହଣ କେନ୍ଦ୍ରରେ ଲୋକଙ୍କ ଭିଡ ଲାଗିଛି। ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି। ସ୍କ୍ରିନିଂ ପରେ ଭୋଟ ଦେଉଛନ୍ତି ଭୋଟର। ଏହା ସନ୍ଧ୍ୟା ୬ଟାରେ ଶେଷ‌ ହେବ। ସନ୍ଧ୍ୟା ୬ଟା ମଧ୍ୟରେ ୪ଲକ୍ଷ ୬୯ ହଜାର ୪୫୦ ଭୋଟର ୧୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ।

Advertisment

publive-image

ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ଟି ବୁଥରେ ମତଦାନ କରିବେ । ସେହିପରି ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେବେ । କରୋନା କଟକଣା ଭିତରେ ଆରମ୍ଭ ହେଉଛି ଭୋଟ ଗ୍ରହଣ । ଭୋଟର କେମିତି ଲାଇନ୍‌ରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ କଟକଣା ଜାରି କରାଯାଇଛି ।

ଭୋଟରମାନେ ଧାଡିରେ ଛିଡା ହେବାବେଳେ ସେମାନଙ୍କ ମଧ୍ୟରେ ଅତି କମରେ ଛଅ ଫୁଟର ଦୂରତା ରଖିବାକୁ କୁହାଯାଇଛି। ସେହିପରି ସମସ୍ତ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସମସ୍ତେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଭୋଟ ଦେବେ ସେମାନେ ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧିବେ । ପୋଲିଂ କର୍ମଚାରୀମାନେ ପିପିଇ କିଟ୍ ପିନ୍ଧିବେ। ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ।