ଭୋଟ ଦେବା ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ସଚେତନତା : ୧୨ଟିରୁ ଯେ କୌଣସି ପରିଚୟ ପତ୍ର ଥିଲେ ମତଦାନ କରିହେବ

ଭୁବନେଶ୍ବର : ଆଗାମୀ ନିର୍ବାଚନରେ ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ପୁଲିଂ ବୁଥରେ ୧୨ଟି ପରିଚୟ ପତ୍ରରୁ ଯେ କୌଣସି ଗୋଟିଏ ଦେଖାଇ ମତଦାନ କରିହେବ। ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ ମତଦାତାଙ୍କ ଭୋଟର ପରିଚୟ ପତ୍ର, ଆଧାର କାର୍ଡ଼, ମନରେଗା ଜବ୍ କାର୍ଡ଼, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଦ୍ବାରା ଯୋଗାଇ ଦିଆଯାଇଥିବା ଫଟୋ ସମ୍ବଳିତ ପାସବୁକ୍. ଡ୍ରାଇଭିଂ ଲାଇସେନ୍ସ, କେନ୍ଦ୍ର କିମ୍ବା ରାଜ୍ୟ ସରକାର ଓ ସରକାରୀ ଉଦ୍ୟୋଗ ଦ୍ବାରା କର୍ମଚାରୀଙ୍କୁ ପ୍ରଦତ୍ତ ଚାକିରି ପରିଚୟ ପତ୍ର ବି ପ୍ରମାଣସ୍ବରୁପ ଗ୍ରହଣୀୟ ହେବ। ଏହାସହିତ ପାନ କାର୍ଡ଼, ପାସପୋର୍ଟ, ଫଟୋ ସହ ପେନସନ୍ ଡକୁମେଣ୍ଟ, ଏନପିଆର ଅଧୀନରେ ଆଇଜିଆଇ ଦ୍ବାରା ଇସ୍ୟୁ ସ୍ମାର୍ଟ କାର୍ଡ଼, ଶ୍ରମ ମନ୍ତ୍ରାଳୟ ସ୍କିମ ଅଧୀନରେ ଇସ୍ୟୁ କରାଯାଇଥିବା ସ୍ବାସ୍ଥ୍ୟ ବୀମା କାର୍ଡ଼, ସାଂସଦ, ବିଧାୟକ ଓ ବିଧାନ ପରିଷଦ କାର୍ଯ୍ୟାଳୟ ଦ୍ବାରା ପ୍ରଦତ୍ତ ପରିଚୟ ପତ୍ରକୁ ଭୋଟ ଦାନ କେନ୍ଦ୍ରରେ ପ୍ରମାଣ ପତ୍ର ଭାବେ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ଜଣାଇଛନ୍ତି।

ସମ୍ବନ୍ଧିତ ଖବର