ଭୁବନେଶ୍ୱର: ଗୋଟିଏ ଦୁଇଟି ସ୍ଥାନରେ କାଁଭାଁ ଗଣ୍ଡଗୋଳର ଖବର ଆସିଥିଲେ ବି ମୋଟାମୋଟି ଭାବେ ବହୁ ପ୍ରତୀକ୍ଷିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ପ୍ରକ୍ରିୟା ସୁଚାରୁରୂପେ ଚାଲିଛି। ଏଣେ କିଛି ଜାଗାରେ ଲୋକେ ଭୋଟ୍ ବର୍ଜନ କରିଥିବାର ସୂଚନା ବି ମିଳିଛି। ତେବେ ଲୋକେ ଧାଡ଼ିରେ ଠିଆ ହୋଇ ମତଦାନ କରୁଥିବାର ଦେଖିବାକୁ ମିଳୁଛି।

Advertisment

publive-image
ଏଣେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ନିଜ ଗାଁ ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗଡ଼ା ବୁଥ୍ ବାହାରେ ବିଜେଡିର ଦୁଇ ଗୋଷ୍ଠୀ ହାତାହାତି ହୋଇଥିଲେ।
ଅପରପକ୍ଷରେ କଟକ ଜିଲ୍ଲା ଯଶପଡ଼ା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀଙ୍କ ମୃତ୍ୟୁ ପରେ ସରପଞ୍ଚ ଭୋଟ ବାତିଲ ହୋଇଛି।

publive-image
ସୂଚନାଯୋଗ୍ୟ, ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥ୍ରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିବେ। ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୧ଟା ଯାଏଁ ଜାରି ରହିବ। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି, ପୁଲିସ ନଜର ରଖିଛି। ଶାନ୍ତିଶୃଙ୍ଖଳା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ-୧୯ କଟକଣାକୁ ପାଳନ କରାଯାଉଛି। ମତଦାନ ପାଇଁ ବୁଥ ଗୁଡ଼ିକରେ ମତଦାତାଙ୍କ ଆଗମନ ଆରମ୍ଭ ହୋଇଛି। ପ୍ରତ୍ୟେକ ମତଦାତା ଯେପରି ଶୃଙ୍ଖଳିତ ଭାବେ ଭୋଟ ଦେଇପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।