ଭୁବନେଶ୍ବର: ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର ସକାଳ ୭ଟାରୁ ଓଡ଼ିଶାର ବିଭିନ୍ନ ମତଦାନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଆରମ୍ଭ ହୋଇଛି। ଏହା ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ଓଡ଼ିଶାର ୫ ଲୋକସଭା ଆସନ ଏବଂ ୩୫ ବିଧାନସଭା ଆସନରେ ମତଦାନ ଶାନ୍ତି ଶୃଙ୍ଖଳା ସହିତ ଜାରି ରହିଛି।
ଓଡ଼ିଶାର ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା ଆସନରେ ମତଦାନ କରାଯାଉଛି। ଏହି ପର୍ଯ୍ୟାୟରେ ରାଜ୍ୟର ୩୦୫ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ହେଉଛି । ସେଥିମଧ୍ୟରେ ୨୬୫ ଜଣ ବିଧାୟକ ପ୍ରାର୍ଥୀ ଏବଂ ୪୦ ଜଣ ଲୋକସଭା ପ୍ରାର୍ଥୀ ରହିଛନ୍ତି।
ରାଜ୍ୟର ୭୬ ଲକ୍ଷ ୬୯ ୮୮୯ ଭୋଟର ଦ୍ବିତୀୟ ପର୍ଯ୍ୟାୟରେ ମତଦାନ କରୁଛନ୍ତି। ରାଜ୍ୟର ୧୧ ଜିଲ୍ଲାରେ ୯ ହଜାର ୧୬୨ ବୁଥରେ ମତଦାନ ଜାରି ରହିଛି। ସେଥି ମଧ୍ୟରୁ ୫୫୬ଟି ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ମୋଟ ୩୩ ହଜାର ପୁଲିସ ଫୋର୍ସ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ହୋଇଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋଟ୍ ୯୧୪୮ଟି ବୁଥ୍ରୁ ପ୍ରାୟ ୨୦% ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳ ଓ ସମ୍ବେଦନଶୀଳ ବୁଥ୍ ହୋଇଥିବାରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୬୦% ବୁଥ୍ରେ ୱେବ୍ ସ୍କ୍ରିନିଂ କରି ପୋଲିଂ ଅଧିକାରୀ ଓ ମତଦାତାଙ୍କ ଉପରେ ନଜର ରଖାଯାଉଛି। ମୋଟ୍ ୧୦୨ କମ୍ପାନି ସିଏପିଏଫ୍ ମୁତୟନ ହୋଇଛନ୍ତି। ମତଦାନ ପାଇଁ ସଂସଦୀୟ କ୍ଷେତ୍ର ପାଇଁ ୧୧,୬୧୧ଟି ବାଲାଟ୍ ୟୁନିଟ, ୧୧୬୧୧ଟି କଣ୍ଟ୍ରୋଲ ୟୁନିଟ, ୧୨୭୬୨ଟି ଭିଭିପାଟ୍ ରହିମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋଟ୍ ୯୧୪୮ଟି ବୁଥ୍ରୁ ପ୍ରାୟ ୨୦% ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳ ଓ ସମ୍ବେଦନଶୀଳ ବୁଥ୍ ହୋଇଥିବାରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୬୦% ବୁଥ୍ରେ ୱେବ୍ ସ୍କ୍ରିନିଂ କରି ପୋଲିଂ ଅଧିକାରୀ ଓ ମତଦାତାଙ୍କ ଉପରେ ନଜର ରଖାଯିବ। ମୋଟ୍ ୧୦୨ କମ୍ପାନି ସିଏପିଏଫ୍ ମୁତୟନ ହୋଇଛନ୍ତି।
ମତଦାନ ପାଇଁ ସଂସଦୀୟ କ୍ଷେତ୍ର ପାଇଁ ୧୧,୬୧୧ଟି ବାଲାଟ୍ ୟୁନିଟ, ୧୧୬୧୧ଟି କଣ୍ଟ୍ରୋଲ ୟୁନିଟ, ୧୨୭୬୨ଟି ଭିଭିପାଟ୍ କମିସନ୍ ହୋଇଛି। ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୧୬୩୨ଟି ବାଲାଟ ୟୁନିଟ, ୧୧୬୩୨ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୨୭୬୮ଟି ଭିଭିପାଟ୍ ରହିଛି। ଯେଉଁଠି ଇଭିଏମ୍ ମେସିନ୍ ଓ ଭିଭିପାଟ୍ରେ ସମସ୍ୟା ଦେଖାଯିବ ତୁରନ୍ତ ତାହାକୁ ମରାମତି ଓ ବଦଳାଯିବ। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ହେଲେ ୯୩୩ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ନ ୫ଟା ଏବଂ ୧୬୮୯ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୧୬୩୨ଟି ବାଲାଟ ୟୁନିଟ, ୧୧୬୩୨ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୨୭୬୮ଟି ଭିଭିପାଟ୍ ରହିଛି। ଇଭିଏମ୍ ମେସିନ୍ ଓ ଭିଭିପାଟ୍ରେ ସମସ୍ୟା ଦେଖାଦେଲେ ତୁରନ୍ତ ତାହାକୁ ମରାମତି ଓ ବଦଳାଯିବ। ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ୯୩୩ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ନ ୫ଟା ଏବଂ ୧୬୮୯ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ।