ନିଆଳିର ୯ଟି ବୁଥରେ ମତଦାନ ବନ୍ଦ, ଗୋଟିକରେ ଭୋଟ୍ ବର୍ଜନ

ନିଆଳି: କଟକ ଜିଲ୍ଲାର ନିଆଳି ବ୍ଲକର ପୋଖରୀଗାଁ ପଞ୍ଚାୟତର ୯ଟି ବୁଥରେ ମତଦାନ ବନ୍ଦ ରହିଥିବାର ଖବର ମିଳିଛି। ପୋଖରୀଗାଁ ପଞ୍ଚାୟତ ବୁଥ୍ ନମ୍ବର ୨,୧୧,୧୬, ୧୭ ଓ ୧୮ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି।
ଏଣେ କପାସୀ ପଞ୍ଚାୟତ ବୁଥ୍ ନମ୍ବର ୧ରେ ଭୋଟ୍ ବର୍ଜନ କରିଛନ୍ତି ଅଞ୍ଚଳବାସୀ। ଏହି ବୁଥରେ ପ୍ରାୟ ୨୦୦ ଭୋଟର ଅଲଣା ପଞ୍ଚାୟତ ୧୨ନମ୍ବର ବୁଥ୍ ରେ ଦୁର୍ବୃତ୍ତମାନେ ବାଲାଟ ପେପର୍ ଚିରି ବାକ୍ସରେ ପାଣି ପୁରାଇଦେଇଛନ୍ତି। ଘଟଣାସ୍ଥଳରେ କଟକ ସଦର ଏସ୍ ଡି ପି ଓ ପହଞ୍ଚିଥିବାର ସୂଚନା ରହିଛି।
ନିଆଳି ବ୍ଲକର ପୋଖରୀଗାଁ ପଞ୍ଚାୟତର ୧୨, ୧୩ ଓ ୧୪ ତିନୋଟି ବୁଥରେ ଦୁର୍ବୃତ୍ତମାନେ ବାଲଟ ବାକ୍ସରେ ପାଣି ପୁରାଇଦେଇଛନ୍ତି । ଏହାଫଳରେ ସେଠାରେ ମତଦାନ ବାଧାପ୍ରାପ୍ତ ହୋଇଛି।  ତେଣେ ଜଲାରପୁର ପଞ୍ଚାୟତ ୧୮ ନମ୍ବର ବୁଥ୍ ରେ ମାରଣାସ୍ତ୍ର ଧରି ବୁଲୁଥିବା ଜଣେ ଯୁବକକୁ ପୁଲିସ ଗିରଫ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର