ଭୁବନେଶ୍ବର : ଆସନ୍ତା ପୌର ନିର୍ବାଚନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍ (ଇଭିଏମ୍)ରେ ମତଦାନ ହେବ। ଏନେଇ ସମସ୍ତ ଜିଲ୍ଲାକୁ ଆବଶ୍ୟକ ଇଭିଏମ୍ ପଠାଯାଉଛି ବୋଲି ନିର୍ବାଚନ କମିସନର ସୂଚନା ଦେଇଛନ୍ତି। ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ପୌରସଂସ୍ଥା ନିର୍ବାଚନ ନିମନ୍ତେ ପ୍ରତ୍ୟେକ ବୁଥ୍ରେ ଦୁଇଟି ଇଭିଏମ୍ ରହିବ। ମ୍ୟୁନିସପାଲିଟି ଓ ବିଜ୍ଞପିତ ଅଞ୍ଚଳ ପରିଷଦ କ୍ଷେତ୍ରରେ କାଉନସିଲର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ଏବଂ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ରହିବ। ସେହିପରି ମହାନଗର ନିଗମ ନିଗମ କ୍ଷେତ୍ରରେ କର୍ପୋରେଟର ନିର୍ବାଚନ ପାଇଁ ଗୋଟିଏ ଏବଂ ମେୟର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ରହିବ। ତଦନୁସାରେ ଦୁଇ ପ୍ରକାରର ବାଲାଟ୍ ପେପର ଇଭିଏମ୍ରେ ବ୍ୟବହାର କରାଯିବ। କର୍ପୋରେଟର/କାଉନସିଲର ନିର୍ବାଚନରେ ପିଙ୍କ୍ ରଙ୍ଗର ବାଲାଟ୍ ପେପର ଏବଂ ମେୟର/ଅଧ୍ୟକ୍ଷ ନିର୍ବାଚନରେ ହଳଦିଆ ରଙ୍ଗର ବାଲାଟ୍ ପେପର ବ୍ୟବହାର କରାଯିବ ବୋଲି ନିର୍ବାଚନ କମିସନର ସୂଚନା ଦେଇଛନ୍ତି।
ପୌର ନିର୍ବାଚନରେ ଇଭିଏମ୍ରେ ଭୋଟ୍, ପ୍ରତି ବୁଥ୍ରେ ଦୁଇଟି ଇଭିଏମ୍
/sambad/media/post_attachments/wp-content/uploads/2021/12/evm-1.jpeg)