ଭୁବନେଶ୍ବର: ଓଡିଶାର ୫ ସଂସଦୀୟ କ୍ଷେତ୍ର ସହ ୩୫ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମିଳିଥିବା ସୂଚନା ମୁତାବକ, ପୂର୍ବାହ୍ନ ୯ଟା ସୁଦ୍ଧା ମୋଟ ୬.୯୯ ପ୍ରତିଶତ ମତଦାନ ହୋଇଛି ।
ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ମତଦାନ ହୋଇଥିବାବେଳେ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହୋଇଛି । ଏହାସହ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ୪.୮୯ ପ୍ରତିଶତ ମତଦାନ ହେଇଥିବା ନେଇ ସୂଚନା ମିଳିଛି ।
ବରଗଡ଼ ଜିଲ୍ଲାର ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୧.୪୮ ପ୍ରତିଶତ ଏବଂ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୭.୫୦ ପ୍ରତିଶତ ମତଦାନ ହୋଇଛି। ସେହିପରି ଅତାବିରାରେ ୧୦ ପ୍ରତିଶତ, ବରଗଡ଼ରେ ୮.୨୧ ଏବଂ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮.୫୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/10.png)