ଭୁବନେଶ୍ବର: ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ମୋଟ ୭.୪୫ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ଭୁବନେଶ୍ବରରେ ୬.୬୫ ପ୍ରତିଶତ ମତଦାନ ହୋଇଛି। ସେହିପରି କଟକରେ ୭.୩୨ ପ୍ରତିଶତ, ଢେଙ୍କାନାଳରେ ୯.୭୫ ପ୍ରତିଶତ, କେନ୍ଦୁଝରରେ ୮.୭୪ ପ୍ରତିଶତ, ପୁରୀରେ ୬.୮୭ ପ୍ରତିଶତ ଏବଂ ସମ୍ବଲପୁରରେ ୭.୦୯ ପ୍ରତିଶତ ମତଦାନ ହୋଇଛି।
ସେହିପରି ବିଧାନସଭା ଆସନରେ ୮.୨୦ପ୍ରତିଶତ ମତଦାନ ହୋଇଥିବାବେଳେ ରେଢ଼ାଖୋଲରେ ୯.୩୦ ପ୍ରତିଶତ , ରଣପୁରରେ ୪.୪୦ ପ୍ରତିଶତ , ରେଙ୍ଗାଲି ୬ ପ୍ରତିଶତ , ସମ୍ବଲପୁର ୭.୨୦ ପ୍ରତିଶତ, ସତ୍ୟବାଦୀ ୮.୧୦ ପ୍ରତିଶତ , ତାଳଚେର ୬ ପ୍ରତିଶତ , ତେଲକୋଇ ୧୦ ପ୍ରତିଶତ , ପରଜଙ୍ଗ ୯.୧୧ ପ୍ରତିଶତ, ପାଟନା ୧୨.୫୦ ପ୍ରତିଶତ , ପିପିଲି ୮ ପ୍ରତିଶତ , କାମାକ୍ଷାନଗର ୯.୮୦ ପ୍ରତିଶତ ,କରଞ୍ଜିଆ ୭.୭୭ ପ୍ରତିଶତ , କେନ୍ଦୁଝର ୧୧.୫୦ ପ୍ରତିଶତ , କେନ୍ଦ୍ରାପଡ଼ା ୧୧ ପ୍ରତିଶତ , ଖୋର୍ଦ୍ଧା ୭.୯୮ ପ୍ରତିଶତ ମତଦାନ ହୋଇଛି।
ସେହିପରି କୁଚିଣ୍ଡାରେ ୭.୯୮ ପ୍ରତିଶତ , ନୟାଗଡ଼ ୩ ପ୍ରତିଶତ ,ପାଲଲହଡ଼ା ୮.୨୦ ପ୍ରତିଶତ,କଟକ ସଦର ୭ ପ୍ରତିଶତ , ଦେଡ଼ଗଡ଼ ୬.୧୦ ପ୍ରତିଶତ , ଡେଙ୍କାନାଳ ୭.୬୧ ପ୍ରତିଶତ, ଭୁବନେଶ୍ବର ମଧ୍ୟମ ୪ ପ୍ରତିଶତ , ଘାଷିପୁରା ୫.୦୫ ପ୍ରତିଶତ , ହିନ୍ଦୋଳ ୮.୨୭ ପ୍ରତିଶତ , ଜଟଣୀ ୫ ପ୍ରତିଶତ , ଜୟଦେବ ୨ ପ୍ରତିଶତ ମତଦାନ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/11-2.png)