ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ମକ୍ ପୋଲ୍ ସରିବା ପରେ ମତଦାନ ଆରମ୍ଭ ହୋଇଥିବା ଜଣାଯାଇଛି। କେତେକ ସ୍ଥାନରେ ଇଭିଏମ୍ ମେସିନରେ ତ୍ରୁଟି ପରିଲକ୍ଷିତ ହୋଇଥିବାର ଖବର ମିଳିଛି। ଆଜି ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ଏସି ଏବଂ ୩ଟି ମହାନଗର ନିଗମର କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ଭୋଟ୍ ହେଉଛି। ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ୍ ହେବ।
/sambad/media/post_attachments/wp-content/uploads/2022/03/b43657c3-b050-415a-9dcd-062954f168dd.jpg)
ପ୍ରାୟ ୩ବର୍ଷ ପରେ ସହରାଞ୍ଚଳରେ ୱାର୍ଡ ସ୍ତରୀୟ ଜନପ୍ରତିନିଧି ବଛା ହେଉଥିବାରୁ ସବୁ ସହରାଞ୍ଚଳ ଚଳଚଞ୍ଚଳ ହୋଇଉଠିଛି। ନିର୍ବାଚନ ମଇଦାନରେ ୬୪୧୧ ଜଣ ପ୍ରାର୍ଥୀ ଥିବାବେଳେ ଗୁରୁବାର ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ନିର୍ବାଚନ ପରିଚାଳନା ପାଇଁ ପ୍ରାୟ ୨୨ହଜାର ପୋଲିଂ କର୍ମଚାରୀ ଆଜି ବିଭିନ୍ନ ବୁଥରେ ପହଞ୍ଚିଛନ୍ତି। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
/sambad/media/post_attachments/wp-content/uploads/2022/03/bpd.jpg)
ଇଭିଏମରେ ଭୋଟ୍ ହେଉଥିବାରୁ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଲେ ଏହାର ତ୍ବରିତ ସମାଧାନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳ ପାଇଁ ସ୍ବତନ୍ତ୍ର କର୍ମଚାରୀ ମୁତୟନ କରାଯାଇଛି। ନିର୍ବାଚନ ସରିବା ପରେ ସୁରକ୍ଷିତ ଭାବେ ଯେପରି ଇଭିଏମ୍ ଗୁଡ଼ିକ ଷ୍ଟ୍ରଙ୍ଗରୁମରେ ପହଞ୍ଚିବ ସେନେଇ ପୁଲିସ ପ୍ରଶାସନକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2022/03/bd09ba67-98cf-4d85-8c91-8970089d12d3.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Voting-Started-For-NAC-Election_Thumbnail.jpg)