ଜୟପୁର: ସୋମବାର ଯଦିଓ ପାଗ ସାମାନ୍ୟ କୋହଳା ରହିଥିଲେ ହେଁ କିଛି ବୁଥରେ ମଧ୍ୟାହ୍ନରେ ମତଦାତାଙ୍କ ସଂଖ୍ୟା କମିଥିଲା। ତେବେ ସାଢ଼େ ୫ଟା ପରେ ଅଚାନକ ଭାବେ ମତଦାତାଙ୍କ ସଂଖ୍ୟା ବଢ଼ିଥିଲା। ଜୟପୁର ବ୍ଲକର ଗଡ଼ପଦର ବୁଥରେ ସାଢ଼େ ୧୦ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା।
ସେଭଳି ବ୍ଲକର ପାମ୍ପୁଣୀ, ପୁଜାରୀପୁଟ, ଟାଙ୍କୁଆ ଓ ଗରୁଡ଼ଗୁଡାରେ ସାଢ଼େ ୯ଟାରୁ ୧୦ଟା ମଧ୍ୟରେ ସରିଥିବା ସୂଚନା ମିଳିଛି। ସେଭଳି ଜୟପୁର ସହରର ଜେଇଏଲସି, ଟାଉନହଲ, ପାଇଲସାହି, ସମ୍ବାରତୋଟା ବୁଥରେ ବି ୯ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା।