ଆଉ ଏକ ଯୌନ ଉତ୍ପୀଡନ ଭାଇରାଲ

ଭୟରେ ମହିଳା ହେଲେ ଉଲଗ୍ନ

ପୁରୀ : ମୟୂରଭଞ୍ଜ ସ୍କୁଲ ଛାତ୍ରୀଙ୍କୁ ଯୌନ ଉତ୍ପୀଡନ ଦେଇ ଯେ ଭଳି ଦୁର୍ବୃତ୍ତ ତାଙ୍କ ଭିଡିଓକୁ ଭାଇରାଲ୍‌ କରିଥିଲେ, ଅନୁରୂପ ଆଉ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହା କେଉଁ ସ୍ଥାନରେ ହୋଇଛି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଭିଡିଓରେ ଦୁର୍ବୃତ୍ତମାନେ ମହିଳାଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରିଛନ୍ତି ଓ ମହିଳା ମଧ୍ୟ ଭୟରେ ବିବସ୍ତ୍ର ହୋଇଛନ୍ତି। ବିଭିନ୍ନ ପ୍ରଶ୍ନରେ ଭୟାତୁର ବିବାହିତା ମହିଳା ଜଣଙ୍କ କହୁଛନ୍ତି, ସ୍ୱାମୀଙ୍କ ଚିକିତ୍ସା ପାଇଁ ସେ ବେଶ୍ୟାବୃତ୍ତି କରୁଛନ୍ତି। ପଇସା ନେଲେ ତାଙ୍କ ସ୍ୱାମୀଙ୍କ ଚିକିତ୍ସା ହେବ। ୩ଟି ଭିଡ଼ିଓ କ୍ଲିପ୍‌ରେ ମହିଳାଙ୍କ ପରିଚୟ, ଘର ଠିକଣା ଓ ସ୍ଥିତାବସ୍ଥା ସମ୍ବନ୍ଧରେ ଯୁବକମାନେ ପଚାରି ବୁଝୁଛନ୍ତି। ଏଥିରେ ମୋଟ ୫ ମିନିଟ ୧୭ ସେକେଣ୍ଡର ଭିଡ଼ିଓ ରହିଛି। ଭିଡ଼ିଓ ରେକର୍ଡ଼ିଂ ନ କରିବା ପାଇଁ ମହିଳା ଗୁହାରି କରୁଛନ୍ତି। ଯୁବକମାନେ କହୁଛନ୍ତି, ହାତରୁ ଖସିଗଲେ ଆଉ ଧରି ହେବନି। ଏଣୁ ଭିଡ଼ିଓ ରେକର୍ଡ଼ିଂ କରାଯାଉଛି । ଭିଡ଼ିଓର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ହୋଇଛି। ମହିଳାଙ୍କ କଥା ମୁତାବକ ଯଦି ତାଙ୍କ ସ୍ୱାମୀ ପାଇଁ ଏଭଳି କରୁଥାନ୍ତି ତେବେ ଓଡ଼ିଶା ଭଳି ରାଜ୍ୟରେ ଏହା ଏକ ସାଂଘାତିକ ଘଟଣା । ଘଟଣା କେନ୍ଦୁଝରରେ ଘଟିଥିବା ଏହି ଭାଇରାଲ ଭିଡ଼ିଓରୁ ଜଣାପଡ଼ୁଛି। ତଦନ୍ତ ହେଲେ ବାସ୍ତବ କଥା ସାମ୍ନାକୁ ଆସିବା ସହ ଏହି ଦୃଶ୍ୟକୁ ରେକର୍ଡ଼ିଂ କରି ଭାଇରାଲ କରିଥିବା ଯୁବକମାନେ ମଧ୍ୟ ସାମ୍ନାକୁ ଆସିବେ।

ସମ୍ବନ୍ଧିତ ଖବର