ବୁର୍ଲା : ବୁର୍ଲା ଭିସୁଟ ଉଦ୍ୟମିତା ପ୍ରକୋଷ୍ଠ ଛାତ୍ରମାନେ ପୁଣି ଏକ କମାଲ ଦେଖାଇଛନ୍ତି। ବିପର୍ଯ୍ୟୟ ପରିଚାଳନା ଏବଂ ଡ୍ରୋନ ଟେକ୍ନୋଲୋଜିର ଡୋମେନ ଅଧିନରେ ସେମାନେ ଆରମ୍ଭ କରିଛନ୍ତି ଏକ ନୂଆ ଷ୍ଟାର୍ଟଅଫ୍। ଏକ ସ୍ୱତନ୍ତ୍ର କ୍ଷେପଣାସ୍ତ୍ର ଉତ୍କ୍ଷେପଣ କୌଶଳ ବ୍ୟବହାର କରି ଫିକ୍ସଡ ୱିଙ୍ଗ ୟୁଏଭି ଏବଂ ଭିଟିଓଏଲ ବ୍ୟବହାର କରି ଆବଶ୍ୟକ ସ୍ଥାନରେ ନିଆଁ ଲିଭାଇବାକୁ ଏହା ଲକ୍ଷ୍ୟ ରଖିଛି। ଏହି ଷ୍ଟାର୍ଟଅଫ୍ ମେ ମାସ ୨୫ ତାରିଖ ୨୦୨୦ ମସିହାରେ ପଞ୍ଜିକୃତ ହୋଇଥିଲା। ଏହା ବର୍ତ୍ତମାନ ଇଲେକ୍ଟ୍ରୋପ୍ରିନର୍ସ ପାର୍କ, ଏସ୍ଟିପିଆଇ ଭୁବନେଶ୍ୱରରେ ଅର୍ନ୍ତଭୁକ୍ତ ହୋଇଛି। ଏହା ଖୁବ ଶୀଘ୍ର ନିଜ ଉତ୍ପାଦକୁ ବଜାରରେ ଲଞ୍ଚ କରିବାକୁ ଯୋଜନା ରଖିଛି। ଏହା ମିଶାଇଲ୍ ମୋନୋ ଅମୋନିୟମ୍ ଫସ୍ଫେଟ୍ ସହିତ ଲୋଡ଼ ହେବ। ୪୦ରୁ ୫୦ ମିଟର ଅଞ୍ଚଳରେ ନିଆଁ ଲିଭାଇ ପାରିବ।
/sambad/media/post_attachments/wp-content/uploads/2022/02/6050484d-92bd-405f-a374-11143f3973b0.jpg)
ଭିଟିଓଏଲର ଓଜନ ୮ କିଲୋଗ୍ରାମ ହେବ। ଏହା ୩ କିଲୋଗ୍ରାମ ପେଲୋଡ଼ ବହନ କରିବାର କ୍ଷମତା ରଖିବ। ୟୁଏଭି ୧୨୦କିମି ପ୍ରତି ଘଣ୍ଟା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ୫୦ କିଲୋମିଟର ବ୍ୟାସାର୍ଦ୍ଧର ଏକ ବୃତ୍ତାକାର ଅଞ୍ଚଳ ସେବା କରିପାରିବ। ୟୁଏଭି ଏହି ଅଞ୍ଚଳରେ ଏରିଆଲ ସ୍କାନିଂ ପାଇଁ ସହାୟକ ହେବ। ଭଭୟ ଜଙ୍ଗଲ ଏବଂ ସହରର ନିଆଁ ଲିଭାଇବାରେ ସହାୟକ ହେବ। ଯେହେତୁ ଗତ ୨୦୧୮ ମସିହାରେ ଅଗ୍ନିଦାହ ସଂଖ୍ୟାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିଲା ଏବଂ ସେହି ବର୍ଷ ଏହା ଏକ ମାସରେ ୧୪ ହଜାର ଅଗ୍ନିଦାହର ରେକର୍ଡ଼ ହାସଲ କରିଥିଲା। ତେଣୁ ଏହି ସମାସ୍ୟାର ସମାଧାନ ପାଇଁ ଆବଶ୍ୟକତା ଅନୁଯାୟୀ ୨୦ଟି ୟୁଏଭି ଆବଶ୍ୟକ ଥିବାରୁ ଏହି ଷ୍ଟାର୍ଟଅଫର ଆବଶ୍ୟକତା ରହିଛି। ସେହିପରି ଏହା କୌଣସି ବଡ଼ ଦୁର୍ଘଟଣା ଘଟିଲେ ଜୀବନ ବଞ୍ଚାଇବାରେ ବି ସହାୟକ ହେବ ବୋଲି ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/32ac2674-d03e-4ec5-b415-51ed15f8af89.jpg)