ଚାନ୍ଦିପୁର: ଚାନ୍ଦିପୁର ଥାନା ଖଡ଼ୁପାହି ଅଂଚଳରୁ ଏକ ବିରଳ ଶାଗୁଣାକୁ ଉଦ୍ଧାର କରାଯାଇଛି। ତାମୁଳିଆ ଅଞ୍ଚଳର ସାପଧରାଳି କାର୍ତ୍ତିକ ସେଠୀ ଶାଗୁଣାଟିକୁ ଉଦ୍ଧାର କରିଛନ୍ତି। ଗୁରୁବାର ସକାଳେ କାର୍ତ୍ତିକ ଫୁଲାଡ଼ି ଗ୍ରାମକୁ ସାପ ଉଦ୍ଧାର କରିବା ପାଇଁ ଯାଉଥିଲେ।
ଏହି ସମୟରେ ଖଡ଼ୁପାହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ନିକଟ ଗଛରେ ଗୋଟିଏ ଶାଗୁଣା ବସିଥିବା ଜାଣିବାକୁ ପାଇଥିଲେ। କାର୍ତ୍ତିକ ଶାଗୁଣାଟିକୁ ଉଦ୍ଧାର କରିଥିଲେ। ଶାଗୁଣା ଆଜିକାଲି ଆଉ ଦୃଷ୍ଟିଗୋଚର ହେଉ ନଥିବା ବେଳେ ତାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ବେଶ୍ ଭିଡ଼ ଜମିଥିଲା। ତେବେ ଶାଗୁଣାଟିକୁ ଚାନ୍ଦିପୁର ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/43-7.jpg)