ସାରଳା ସାହିତ୍ୟ ସଂସଦକୁ ମିଳିବ ‘ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ’

ଭୁବନେଶ୍ବର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ କର୍ଣ୍ଣଧାର ବ୍ୟାସକବି ଫକୀର ମୋହନ ସେନାପତିଙ୍କ ସ୍ମୃତିରେ ପ୍ରଦାନ କରାଯାଉଛି ‘ବ୍ୟାସକବି ଫକୀର ମୋହନ ଓଡ଼ିଆ ଭ‌ାଷା ସମ୍ମାନ’। ଚଳିତ ବର୍ଷ ଏହି ସମ୍ମାନ ପାଇବେ କଟକର ଜଣାଶୁଣା ସଂଗଠନ ‘ସାରଳା ସାହିତ୍ୟ ସଂସଦ’। ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରସାର ତଥା ଅଭିବୃଦ୍ଧି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦୃଷ୍ଟିରୁ ଏହି ସମ୍ମାନ ପ୍ରଦାନ କରାଯିବ। ୧୪ ତାରିଖ ସନ୍ଧ୍ୟାରେ ସଂସ୍କୃତି ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉତ୍ସବରେ ସମ୍ମାନ ପ୍ରଦାନ କରାଯିବ।

ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ରଙ୍କ ସଭାପତିତ୍ବରେ ହେବାକୁ ଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ହରପ୍ରସାଦ ଦାସ ଯୋଗ ଦେବେ। ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର