ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ପୁଣି ଥରେ କାୟା ବିସ୍ତାର କଲାଣି। ଗତକାଲି ବାଚସ୍ପତିଙ୍କ ମନ୍ତବ୍ୟ ପରେ ଦିନତମାମ ଦିନ ସମୟରେ କର୍ଫ୍ୟୁକୁ ନେଇ ହଟଚମଟ ହୋଇଥିଲା। ପରେ ସ୍ବତନ୍ତ୍ର ରିଲିଫ୍ କମିସନର ଟ୍ବିଟ୍ କରି ଏହାକୁ ଖଣ୍ଡନ କରିଥିଲେ। ଏହାର କିଛି ଘଣ୍ଟା ପରେ ଆଜି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟବେକ୍ଷକମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ଦୈନିକ ନମୁନା ପରୀକ୍ଷା କିପରି ଅଧିକ ହେବ ସେଥିପାଇଁ ସରକାର ଗୁରୁତ୍ବ ଦେଇଛନ୍ତି। ବିଦ୍ୟାଳୟ, ଏୟାରପୋର୍ଟ, ରେଳ ଷ୍ଟେସନ୍ରୁ କୋଭିଡ୍ ସଂକ୍ରମିତ ବାହାରିଲେଣି। ଏବେ ଅଧିକ ସତର୍କ ରହିବାକୁ ପଡ଼ିବ। ମାହାମାରୀକୁ ପ୍ରତିହତ କରିବା ପାଇଁ ସରକାରଙ୍କ ଅନୁମତି ନେଇ ରାତ୍ରି କର୍ଫ୍ୟୁ ଜାରି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୀମାନ୍ତ ଅଞ୍ଚଳକୁ ପର୍ଯ୍ୟବେକ୍ଷକମାନଙ୍କୁ ପଠାଯାଇଛି। ସେମାନଙ୍କ ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ।
ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଅପେକ୍ଷା: ସ୍ବାସ୍ଥ୍ୟମନ୍ତ୍ରୀ
/sambad/media/post_attachments/wp-content/uploads/2019/07/naba-kishore-das.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)