ଓଡ଼ିଶାରେ ହେବ ୱାଲ୍ଡେନଉଡ୍ସ ଇକୋ ଭିଲେଜ୍‌

କଟକ : ଦିଲ୍ଲୀର ୱାଲ୍ଡେନଉଡ୍ସ ଫାଉଣ୍ଡେସନ୍ ପକ୍ଷରୁ ଢେଙ୍କାନାଳର କପିଳାସଠାରେ ଏକ ସ୍ମାର୍ଟ ଇକୋଭିଲେଜ ଓ ସ୍ମୃତି ବନ ଯୋଜନାର ପ୍ରାକ୍ ଶୁଭାରମ୍ଭ ଉତ୍ସବ କଟକରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଆଇଏଏସ ଅଫିସର ଗୋକୁଳ ପଟ୍ଟନାୟକ, ଭାରତୀୟ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ଡ. କିଶନଲାଲ ଅଗରୱାଲ, ସନ୍ତୋଷ କୁମାର ଦାସ, ସୀତାରାମ ଶର୍ମା, ଓଡ଼ିଶାର ଜାତୀୟ ଉଦ୍ୟାନ କୃଷି ବୋର୍ଡ ନି‌ର୍ଦ୍ଦେଶକ ରାମ କୁମାର ଦାଶ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ସମାଜସେବୀ ନମ୍ରତା ଚଢ଼ା, ସିଏ ମିହିର ସାହୁ, ଆଡଭୋକେଟ ସୌମ୍ୟରଞ୍ଜନ ମିଶ୍ର, ଡ. ରଞ୍ଜନ ମହାନ୍ତି, ଆ‌ର୍କିଟେକ୍ଟ ବିଭୂତିଭୂଷଣ ମହାପାତ୍ର, କିଶୋରକୁମାର ବିଶି ଓ ନଭପ୍ରୀତ୍ ଅରୋରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର