ରାୟଗଡ଼ା: ବିଶାଖାପାଟଣାରୁ ରେଳପଥରେ ଚାଲି ଚାଲି ଫେରିଲେ ଶ୍ରମିକ। ୫ ଦିନ ଚାଲିବା ପରେ ଆଜି ରାୟଗଡ଼ାରେ ପହଞ୍ଚିଛନ୍ତି। ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ-ସ୍ବାସ୍ଥ୍ୟ ବିଭାଗ କ୍ୱାରେଣ୍ଟାଇନ୍ରେ ରଖିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରିଛି। ଟିଟିଲାଗଡ଼ ରାମମନ୍ଦିର ପଡ଼ା ଅଞ୍ଚଳର ନିରନ ବାଗ, ଭୀମ ବାଗ, କୃପାସିନ୍ଧୁ ବାଗ, ରୋମାଞ୍ଚଳ ଛତର ବିଶାଖାପାଟଣାରେ ନିର୍ମାଣ ଶ୍ରମିକ ଭାବେ କାମ କରୁଥିଲେ। ଲକଡାଉନ୍ ପରେ ବିଶାଖାପାଟଣାରେ ଫସି ରହିବା ସହ ଘରକୁ ଫେରିପାରିନଥିଲେ।
ପ୍ରଥମ ପର୍ଯ୍ୟାୟରେ ଲକଡାଉନ୍ କୋହଳ ନ ହେବା ପରେ ଶ୍ରମିକମାନେ ବାଧ୍ୟ ହୋଇ ଚାଲି ଚାଲି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ୨୦ ତାରିଖ ରାତିରେ ୪ ଶ୍ରମିକ ବିଶାଖାପାଟଣାରୁ ବାହାରି ଆଜି ରାୟଗଡ଼ାରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନ୍ରେ ରଖିଛି ପ୍ରଶାସନ। ସେହିପରି ରାୟଗଡ଼ା ଜିଲ୍ଲା କୋଲନରା ୨ ଶ୍ରମିକ ବିଜୟୱାଡାର ଏକ ହୋଟେଲରେ କାମ କରୁଥିବା ବେଳେ ଲକଡାଉନ୍ ପାଇଁ ଫସି ରହିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଲକଡାଉନ୍ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ ୧୪ ତାରିଖ ରାତିରେ ହିଁ ଦୁଇ ଜଣ ରେଳପଥରେ ଚାଲି ଚାଲି ନିଜ ଗାଁ ଅଭିମୁଖେ ବାହାରିଥିଲେ। ୧୧ ଦିନ ଚାଲିବା ପରେ ଶ୍ରମିକମାନେ ରାୟଗଡ଼ାରେ ପହଞ୍ଚିବା ପରେ ରାପିଡ୍ ରେସପନସ୍ ଟିମ୍ ସମସ୍ତଙ୍କୁ ମେଡ଼ିକାଲ୍ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/RGD_Labour-2.jpg)