‘ସମ୍ବାଦ’ ଓ କର କ୍ଲିନିକ୍‌ ଆଣ୍ଡ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଲା ‘ଓ୍ଵାକାଥନ୍‌’

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସମ୍ବାଦ ଓ କର କ୍ଲିନିକ୍‌ ଆଣ୍ଡ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ‘ଓ୍ଵାକାଥନ୍‌’ ଅନୁଷ୍ଠିତ ହୋଇଯାଇଛି। ମାସିକ ସ୍ୱାସ୍ଥ୍ୟ ସଚେତନତା ଉପରେ ଆଧାରିତ ଏହି କାର୍ଯ୍ୟକ୍ରମରେ  ସମ୍ବାଦ ଗ୍ରୁପର ଅଧ୍ୟକ୍ଷ, ସମ୍ବାଦର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଲିଉଡ୍‌ ନାୟିକା ଅର୍ଚ୍ଚିତା ସାହୁ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ,ଡିଜିଟାଲ୍‌ ମିଡିଆର ପରାମର୍ଶଦାତା ସଂପାଦକ ସୁବ୍ରତ ଦାସ ଏବଂ କର କ୍ଲିନିକର ଡାକ୍ତର ସୁଜାତା କର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ୟୁନିସେଫ୍‌ର କଣ୍ଟ୍ରି ଡିରେକ୍ଟରଙ୍କ ସମେତ ‘ସମ୍ବାଦ’ର କେତେକ ବରିଷ୍ଠ ଅଧିକାରୀ  ଯୋଗ ଦେଇଥିଲେ।

ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ମହିଳାମାନଙ୍କୁ ଋତୁସ୍ରାବ ଜନିତ ସ୍ୱଚ୍ଛତା ସଂପର୍କରେ ଅଧିକ ସଚେତନତା ସୃଷ୍ଟି କରାଗଲେ ମହିଳାମାନେ ଅଧିକ ସୁସ୍ଥ ରହିବେ। ରସୁଲଗଡସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଏହି ଓ୍ଵାକାଥନ୍‌ ଆୟୋଜିତ ହୋଇଥିଲା। ଏହି ‘ଓ୍ଵାକାଥନ୍‌’ ଏସ୍‌ପ୍ଲାନେଡ୍‌ରୁ ବାହାରି ବମିଖାଲଯାଏଁ ଚାଲିଥିଲା ଏବଂ ପୁଣି ଏସ୍‌ପ୍ଲାନେଡ୍‌ ମଲ୍‌ରେ ପହଞ୍ଚିଥିଲା। ଏଥିରେ ଶତାଧିକ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର