ଚାଲିଚାଲି ବାରିପଦା ଯାଉଥିଲେ, ସହାୟତା କଲେ ପୁଲିସ କର୍ମଚାରୀ

ଚାଲିଚାଲି ବାରିପଦା ଯାଉଥିଲେ, ସହାୟତା କଲେ ପୁଲିସ କର୍ମଚାରୀ

ପାଣିକୋଇଲି: ଅସହାୟ ଅବସ୍ଥାରେ ବାରିପଦା ଅଭିମୁଖେ ଚାଲିଚାଲି ଯାଉଥିବା ଜଣେ ଯୁବକଙ୍କୁ ସହାୟତା କରି ପୁଣିଥରେ ନିଜ ମାନବିକତାର ପରିଚୟ ଦେଇଛନ୍ତି ରାଜପଥ ପାଟ୍ରୋଲିଂ ଅଧିକାରୀ ଅଶୋକ କୁମାର ବଳ। ସୂଚନା ମୁତାବକ ବାରିପଦା ଅଞ୍ଚଳର ଯୁବକ ପୂର୍ଣ୍ଣଚନ୍ଦ୍ର ମହାନ୍ତ (୨୬) ତିନି ମାସ ପୂର୍ବରୁ ଜଣେ ଦଲାଲଙ୍କ ମାଧ୍ୟମରେ ପୁରୀ ଯାଇ ଏକ କାଠ ଆସବାବପତ୍ର ଦୋକାନରେ କାମ କରୁଥିଲେ। ଦୋକାନୀ ତାଙ୍କୁ ତିନି ମାସ ହେବ ପଇସା ଦେଇନଥିଲା। ସଂପୃକ୍ତ ଦଲାଲକୁ ପଇସା ଦେଉଥିଲା ବୋଲି କହିଥିଲା।

ଦଲାଲ ସେହି ପଇସାକୁ ନିଜେ ଆତ୍ମସାତ୍‌ କରୁଥିଲା। ଏହା ଜାଣିବା ପାରି ପୂର୍ଣ୍ଣଚନ୍ଦ୍ର ସେଠାରୁ ଖସିଆସିଥିଲେ। ମାତ୍ର ଘରକୁ ଯିବାକୁ ପାଖରେ ପଇସା ନଥିଲା। କୌଣସି ଉପାୟ ନ ପାଇ ପୁରୀରୁ ଘରକୁ ବାହାରିଥିଲେ। ଚାଲିଚାଲି ଆସି ପାଣିକୋଇଲିରେ ପହଞ୍ଚିଥିଲେ। ପଥରପଦା ସେତୁ ଉପରେ ସେ ଚାଲିଚାଲି ଯାଉଥିବା ସମୟରେ ସ୍ଥାନୀୟ ଲୋକ ଦେଖି ରାଜପଥ ପାଟ୍ରୋଲିଂ ବିଭାଗକୁ ଜଣାଇଥିଲେ। ଖବରପାଇ ପାଟ୍ରୋଲିଂ ପୁଲିସ ଅଧିକାରୀ ଅଶୋକ କୁମାର ବଳ ତୁରନ୍ତ ସେଠାରେ ପହଞ୍ଚି ଯୁବକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିବା ସହ ବାରିପଦା ବସରେ ତାଙ୍କୁ ବସାଇ ଘରକୁ ପଠାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe