ଜୟପୁର: ଜିଲ୍ଲାସମବାୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଜୟପୁରରେ ‘‘ୱାକଥନ୍’’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଭାପତି ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ ପତାକା ଦେଖାଇବା ପରେ ଏହା ଆରମ୍ଭ ହୋଇଥିଲା। ମୁଖ୍ୟ ଟ୍ରାଫିକ ଛକ ଠାରୁ ଏହା ରାଜନଅର ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ ଡିଆରସିଏସ୍ ଭୀମସେନ ସାହୁ, ପୌରପାଳିକା ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ବ୍ୟାଙ୍କ କର୍ମଚାରୀ ସଂଘ ସଂପାଦକ ତଥା କେସିସି ବ୍ୟାଙ୍କ ପ୍ରବନ୍ଧକ ଅରୁଣ କୁମାର ସାହୁ, ଅତ୍ୟୁଲ୍ୟ କୁମାର ମଲ୍ଲୀକ, , ଗୋଲକ ବିହାରୀ ପାଇକରାୟ, ମନୋଜ କୁମାର ଦାଶ, ବିଦ୍ୟାଧର ପ୍ରଧାନ, ଏଆରସିଏସ୍ , ପୂର୍ବତନ କେସିସି ବ୍ୟାଙ୍କ ସଭାନେତ୍ରୀ ତଥା ‌ନିର୍ଦ୍ଦେଶିକା ଡ.ଇନ୍ଦିରା ନନ୍ଦ, କେସିସି ନିର୍ଦ୍ଦେଶକ ରମାକାନ୍ତ ରାଉଳ, ବିଜେଡି ନେତା  ବାଲା ରାୟ, କୁନି ଅଧିକାରୀ , ବୁଲୁ ଦେବ ଶର୍ମା ପ୍ରମୁଖ ଭାଗ ନେଇଥିଲେ।