ରାଉରକେଲା: କେବୁଲ୍ ତାର ଖୋଳୁଥିବା ବେଳେ ପାଚେରି ଭୁଶୁଡ଼ି ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତ ଯୁବକ ହେଉଛନ୍ତି ନାଲା ରୋଡ଼୍ ଅଞ୍ଚଳର ମହମ୍ମଦ ଗୁରଫାନ୍ (୨୨)। ପ୍ଲାଣ୍ଟସାଇଟ୍ ପୁଲିସ ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜ କରିଛି। ପୁଲିସ ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୨ଟା ବେଳେ ନାଲା ରୋଡ଼୍ ଅଞ୍ଚଳର ୪ ଜଣ ଯୁବକ କ୍ୟୁରେସି ମହଲ୍ଲାରେ ମାଟି ତଳେ ଯାଇଥିବା ବିଏସ୍ଏନ୍ଏଲ୍ କେବୁଲ ତାର ଖୋଳୁଥିଲେ।
ପାଚେରି ଖୋଳୁଥିବା ବେଳେ ୪ ଜଣ ଯୁବକଙ୍କ ଉପରେ ପାଚେରି ଭୁଶୁଡ଼ି ପଡ଼ିଥିଲା। ୩ ଜଣ ଯୁବକ ପାଚେରି ତଳୁ ବାହାରି ଆସିଥିଲେ। ଗୁରଫାନ୍ ପାଚେରି ତଳେ ଚାପି ହୋଇ ରହିଯାଇଥିଲେ। କିଛି ସମୟ ପରେ ସ୍ଥାନୀୟ ଲୋକ ଗୁରଫାନଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ହେଉଥିବା ବେଳେ ଗୁରଫାନଙ୍କ ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)