କାନ୍ଥ ପଡ଼ି ପୂଜକଙ୍କ ମୃତ୍ୟୁ

କାଳିଆପାଣି : କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମ‌ାଳିର ମୁଖିଆ ଗାଁ ପୂଜକ ସୁବଳ ପ୍ରଧାନ(୭୫)ଙ୍କର ଆଜି କାନ୍ଥ ପଡ଼ିଯିବାରୁ ମୃତ୍ୟୁ ହୋଇଛି। ସକାଳେ ସେ ବସି ଦାନ୍ତ ଘଷୁଥିବା ବେଳେ ନିକଟରେ ଥିବା ବର୍ଷାଭିଜା ପୁରୁଣା କାନ୍ଥ ହଠାତ୍ ତାଙ୍କ ଉପରେ ଭାଙ୍ଗି ପଡ଼ିଥିଲା। ପୁଅ ଓ ସଂପର୍କୀୟମାନେ ତ‌ାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ସରପଞ୍ଚ ସଞ୍ଜୟ ପରିଡ଼ା ପହଞ୍ଚି ତାଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ।

ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏସଂପର୍କରେ ଥାନାରେ କୌଣସି ସୂଚନା ନାହିଁ। ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ସରପଞ୍ଚ ଶ୍ରୀ ପରିଡ଼ା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର