ଘୁ ଉଦୟଗିରି: ରାଜ୍ୟ ସରକାର କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରି କ୍ରୀଡା କ୍ଷେତ୍ରରେ ଆଗକୁ ବଢ଼ି ଉଜ୍ବଳ ଭବିଷ୍ୟତ ଗଠନ କରିବା ନିମନ୍ତେ ପ୍ରୟାସ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର କ୍ରୀଡାପ୍ରେମୀଙ୍କ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟରେ ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରିଛନ୍ତି। ୫ଟି ସଚିବ ଭି କାର୍ତ୍ତିକେୟନ୍‌ଙ୍କ ଘୁ.ଉଦୟଗିରି ଗସ୍ତ ସମୟରେ ଏହି ନବ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମକୁ ଆସି ବୁଲି ଯାଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ନିମ୍ନମାନର କାମ ପାଇଁ ସରକାରଙ୍କ ଟଙ୍କା ଅନ୍ୟମାନଙ୍କ ପାଖକୁ ଯାଉଛି । ଯନ୍ତ୍ରୀ, ସରକାରୀ ବାବୁ ଓ ଠିକାଦାର ସମସ୍ତେ ମାଲାମାଲ ହେଉଛନ୍ତି। ପରସ୍ପର ମଧ୍ୟରେ ମଧୁଚନ୍ଦ୍ରିକା ରଖି ସରକାରଙ୍କ ଟଙ୍କା ହଡ଼ପ କରିବାରେ ବ୍ୟସ୍ତ ରହୁଥିବା ଅନୁମାନ ହେଉଛି। ଏପରି ଦୃଶ୍ୟ ସ୍ଥାନୀୟ ପରିଷଦ ଅନ୍ତର୍ଗତ ୪ ନମ୍ୱର୍ ୱାର୍ଡ କଳିଙ୍ଗ ମହାବିଦ୍ୟାଳୟ ନିକଟରେ ୬.୪କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ଏହା ଲୋକାର୍ପିତ ହେବା ପୂର୍ବରୁ ଅଲୋଡା ଆଡ଼କୁ ଯାଉଥିବା ଅଭିଯୋଗ ହୋଇଛି।

Advertisment

publive-image

ଲୋକାର୍ପିତ ହେବା ପୂର୍ବରୁ ଏହିପରି ବହୁମୁଖି ଇଣ୍ଡର ଷ୍ଟାଡିୟମର ପରିସ୍ଥିତି ହେବା ପରିତାପର ବିଷୟ ପାଲଟିଛି। ବେଳ ଥାଉ ଥାଉ ଯଦି ଏହାର ପ୍ରତିକାର ନ ହୁଏ ତେବେ ଅଧିକ ନଷ୍ଟ ହେବା ସହିତ ଅବ୍ୟବହାର ଯଗ୍ୟ ହେବ ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରକାଶ ପାଇଛି। ତେବେ ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି।

ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଏହି ବିଷୟ ଅବଗତ ଥିବା ସତ୍ତ୍ୱେ କିଛି କରିପାରୁନାହାନ୍ତି। ପ୍ରଶ୍ନ ଉଠୁଛି ବିଭାଗୀୟ ଯନ୍ତ୍ରୀ ଜାଣି ସୁଦ୍ଧା କିଛି ପଦକ୍ଷେପ ନେଇ ପାରୁନାହାନ୍ତି କାହିଁକି? ତେବେ କାହିକି ନିମ୍ନମାନର କାର୍ଯ୍ୟ ହୋଇଛି ? ସେପଟେ ଜିଲ୍ଲାପାଳ ମଧ୍ୟ ଏହି କାର୍ଯ୍ୟ ଚାଲିବା ସମୟରେ ବାରମ୍ବାର ପରିଦର୍ଶନ ସହିତ ଅନେକ ଥର ଆସି ନିଜେ ତଦାରଖ କରିଥିବା ମଧ୍ୟ ନଜର ରହିଛି। ଏହି ଇଣ୍ଡୋର ଷ୍ଟାଡିୟମ କାର୍ଯ୍ୟଟି ବାହାରର ଜଣେ ଠିକାଦାର ନେଇଥିବା ଏବଂ ସେ ପ୍ରଭାବଶାଳୀ ହୋଇଥିବା ଯୋଗୁଁ ତାଙ୍କୁ କେହି ହାତ ମାରିବାକୁ ସାହସ କରିପାରୁନଥିବା ସୂଚନା ମିଳିଛି।

publive-image

ତେବେ ସୁନ୍ଦର୍ ଭାବରେ ଏହି ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ଉପରେ ଚତୁପାର୍ଶ୍ବ ଛାତ କାନ୍ଥରୁ ପାଣି ଝରିବା ସହିତ ବାହାରକୁ ମଧ୍ୟ ପାଣି ଝରିବା ଚିହ୍ନ ଦେଖାଯାଉଛି। କିଛି ସ୍ଥାନରେ ଫାଟି ଥିବା ଦେଖିବାକୁ ମିଳିଛି। ଷ୍ଟାଡିୟମ ପରିସର ଭିତର ରାସ୍ତାରେ ବ୍ୟବହୃତ ଫେବର୍ ଗୁଡ଼ିକ ଦବି ଗଲାଣି ଓ କିଛି ଭାଙ୍ଗି ଗଲାଣି।ପ୍ରବେଶ ଦ୍ଵାର ସମ୍ମୁଖରେ ଉପର ଅଂଶ ଫାଟି ପାଣି ଗଳି ଚଟାଣରେ ପଡୁଛି। କେତେବେଳେ ସେହି ସିଲିଂ ଖାଇବ ତାହା ଜଣା ନାହିଁ। ସମ୍ମୁଖ ଦ୍ଵାରରେ ପାଣି ଗଳିବା ଫଳରେ ତଳେ ପାଣି ଜମୁଛି। ସେପଟେ ସମାଜ ସେବୀ ତଥା ପୂର୍ବତନ ରାଜ୍ୟ ସ୍ଥରିୟ ହକି ଖେଳାଳି ମହମ୍ମଦ ଜିଆଉଦ୍ଦୀନ ଅହମ୍ମଦ ଜିଲ୍ଲାପାଳଙ୍କ ନିକଟକୁ ପତ୍ର ଲେଖି ଅବଗତ କରାଇବା ସହିତ ତୁରନ୍ତ ଏହାର ମରାମତି କରିବା ପାଇଁ ଅନୁରୋଧ କରିଛନ୍ତି।