କଟକ : ସଦରଥାନା ଗୋପାଳପୁର ବଢ଼େଇ ସାହିରେ ଆଜି ପୁଣି ପୋଲିସ ଏନ୍କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆ ନାହାକ ଆହତ ହୋଇଛି। ଏନ୍କାଉଣ୍ଟର ଫଳରେ ବୁଦ୍ଧିଆ ନାହକର ଜଙ୍ଘରେ ଗୁଳି ବାଜିଛି। ତାକୁ ଚିକିତ୍ସା ଲାଗି ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ତା’ ନିକଟକୁ ୨ଟି ବନ୍ଧକୁ, ୧୭ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ ଜବତ କରିଛି। ବୁଦ୍ଧିଆ ନାଁରେ କେବଳ କଟକ ଓ ନୟାଗଡ଼ରେ ୧୮ରୁ ଅଧିକ ମାମଲା ଥିଲା ବେଳେ ସମଗ୍ର ଜିଲ୍ଲାରେ ୩୨ଟି ମାମଲା ରହିଛି। ସେ ନୟାଗଡ଼ ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ୍ ତାଲିକାରେ ଥିଲା।
କଟକରେ ପୁଣି ଏନ୍କାଉଣ୍ଟର
/sambad/media/post_attachments/wp-content/uploads/2018/01/gunfire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)