କର୍ଣ୍ଣେଲ ପୁଣ୍ୟବାଚିଙ୍କୁ ‘ଯୁଦ୍ଧ ସେବା ମେଡାଲ’

ଭୁବନେଶ୍ବର : ସୀମାନ୍ତରେ ଭାରତ-ଚୀନ୍‌ ସେନା ମୁହାଁମୁହିଁ ବେଳେ ଲଦାଖ ଅଞ୍ଚଳରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ ପାଇଁ ଜାନୁଆରି ୨୬‌ ସାଧାରଣତନ୍ତ୍ର ଦିବସରେ କର୍ଣ୍ଣେଲ ପୁଣ୍ୟବାଚି ମହାନ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ଯୁଦ୍ଧ ସେବା ମେଡାଲ’ ପ୍ରଦାନ କରିଛନ୍ତି । ଭାରତୀୟ ସ୍ଥଳ ସେନାର ‘ସ୍ପେଶାଲ ଫୋର୍ସ’ରେ ନିୟୋଜିତ କର୍ଣ୍ଣେଲ ପୁଣ୍ୟବାଚି ୯ମ ପାରାଚୁଟ୍‌ କମାଣ୍ଡିଂ ଅଫିସର ଭାବେ ସାହାସିକତା ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହା ପୂର୍ବରୁ ସେ ୨୦୧୮ରେ ମଧ୍ୟ ‘ସେନା ମେଡାଲ’ ସମ୍ମାନରେ ସମ୍ମାନିତ ହୋଇଥିଲେ। ପୁଣ୍ୟବାଚିଙ୍କୁ ଏହି ସମ୍ମାନ ମିଳିବା ପରେ ପୌତୃକ ଗ୍ରାମ ସୋର ନିକଟବର୍ତ୍ତୀ ଇତୁଆ ଗ୍ରାମରେ ଆନନ୍ଦରେ ଲହରୀ ଖେଳିଯାଇଛି।

କର୍ଣ୍ଣେଲ ପୁଣ୍ୟବାଚି ‘ନ୍ୟାସନାଲ ଡିଫେନ୍ସ ଏକାଡେମି’ରୁ ଉତ୍ତୀର୍ଣ୍ଣ ହୋଇ ‘ଇଣ୍ଡିଆନ୍‌ ମିଲିଟାରି ଏକାଡେମି’ରୁ ପ୍ରଶିକ୍ଷଣ ପରେ ଭାରତୀୟ ସେନାରେ ‘ଡୋଗ୍ରା-ଇନ୍‌ଫାଣ୍ଟ୍ରି’ରେ କମିସନର ଅଫିସର ଭାବେ ଯୋଗ ଦେଇଥିଲେ। ପରେ ‘କମାଣ୍ଡୋ’ ଟ୍ରେନିଂରେ ପାରଦର୍ଶିତା କାରଣରୁ ସେ ‘ପାରା ସ୍ପେସାଲ ଫୋର୍ସ’ ବାହିନୀରେ ଯୋଗ ଦେଇ ଏହାର କମାଣ୍ଡିଂ ଅଫିସର ଥାଇ ଯୁଦ୍ଧକ୍ଷେତ୍ରରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ କରି ଓଡ଼ିଶା ମାଟି‌ର ଟେକ ରଖି ପାରିଛନ୍ତି। ଅବସରପ୍ରାପ୍ତ ଲେପ୍ଟନାଣ୍ଟ ଜେନେରାଲ ଜେ.କେ. ମହାନ୍ତି ଓ ଶ୍ରୀମତୀ ପ୍ରତିଭାଙ୍କର ସେ ହେଉଛନ୍ତି କନିଷ୍ଠ ପୁତ୍ର।

ସମ୍ବନ୍ଧିତ ଖବର