ରେଢ଼ାଖୋଲ: ଚାରମାଳ ଥାନା ଅଞ୍ଚଳରେ ଜଣେ ଓ୍ୟାର୍ଡମେମ୍ବରଙ୍କ ଘରୁ ଆଉ ଜଣେ ୱାର୍ଡମେମ୍ବର ଛେଳି ଚୋରି କରିବା ଘଟଣା ଅଞ୍ଚଳରେ ଚଚ୍ଚାର୍ର ବିଷୟ ହୋଇଛି। ଘଟଣାରେ ସଂପୃକ୍ତ ୱାର୍ଡମେମ୍ବରଙ୍କ ସମେତ ୪ ଜଣ ଗିରଫ ହୋଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ ହିଣ୍ଡୋଳ ଗ୍ରାମର ୱାର୍ଡମେମ୍ବର ଶୁକ୍ରୁ ମୁଣ୍ତା (୩୬), ଶ୍ରୀପତି ମୁଣ୍ତା (୩୦), ପ୍ରଶାନ୍ତ ମୁଣ୍ତା (୩୦) ଓ ସାନ ହିଣ୍ଡୋଳ ଗ୍ରାମର ସୁବଳ ମୁଣ୍ତା। ଘଟଣାରୁ ଜଣାପଡ଼ିଛି ଯେ ବଂଶାଜାଲ ପଞ୍ଚାୟର ସାନିହିଣ୍ଡୋଳ ଗ୍ରାମର ୱାର୍ଡମେମ୍ବର ରାଜକିଶୋର ପ୍ରଧାନ ତାଙ୍କ ଗ୍ରାମରେ ଏକ ଫାର୍ମ ହାଉସ କରିଛନ୍ତି।

Advertisment

ଶୁକ୍ରବାର ରାତିରେ ଅଭିଯୁକ୍ତମାନେ ଉକ୍ତ ଫାର୍ମ ହାଉସରୁ ଏକ ଛେଳି ଚୋରି କରି ନେଇଥିଲେ। ଆଜି ସକାଳେ ରାଜକିଶୋର ଛେଳି ଚୋରି ସଂପର୍କରେ ଥାନାରେ ଅଭଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ବ କରିଥିଲା। ଆଜି ସକାଳ ୧୦ଟା ବେଳେ ବଡହିଣ୍ଡୋଳ ନିକଟରେ ଥିବା ଏକ ଢାବା ପଛପଟେ ଉପରୋକ୍ତ ୪ ଗଣ ଅଭିଯୁକ୍ତ ଛେଳିକୁ କାଟି ମାଂସ ବନାଉଥିବା ଖବର ପାଇଁ ପୁଲିସ୍ ସେଠାରେ ଚଢ଼ଉ କରିଥିଲା। ସେଠାରୁ କଟା ହୋଇଥିବା ଛେଳିକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ରବିବାର ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ବସନ୍ତ ଦଳେଇ ପ୍ରକାଶ କରିଛନ୍ତି।