ଗୋଦାମ ଘରେ ଲାଗିଲା ନିଆଁ, ଜଳିଗଲା କାର ଓ ବାଇକ୍

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍‌ ବିଶ୍ବନାଥପୁର ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ଏକ ପୁରୁଣା ଅବ୍ୟବହୃତ ଗୋଦାମ ଘରେ ନିଆଁ ଲାଗି ଏକ କାର୍‌, ବାଇକ୍‌ ଓ ପୁରୁଣା ସାମଗ୍ରୀ ପୋଡ଼ି ଯାଇଥିବା ଜଣାପଡ଼ିଛି। ଗୋଦାମ ଘରଟି ସୁରେଶ ଅଗ୍ରୱାଲଙ୍କ ବୋଲି ଜଣାପଡ଼ିଛି। ଗୋଦାମ ଘରଟି ବହୁଦିନ ହେଲା ଅବ୍ୟବହୃତ ହୋଇ ପଡ଼ିଥିବା ବେଳେ ଗୋଦାମ ଘର ନିକଟସ୍ଥ ମହୁଲ ଗଛ ତଳେ ଲାଗିଥିବା ନିଆଁ ବ୍ୟାପିବା ସହ ଗୋଦାମ ଘରେ ଲାଗିଯାଇଥିଲା। ଖବର ପାଇ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ଫାୟାର ଅଫିସର ମନୋରଂଜନ ପାଢ଼ୀଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର