୯ଟି ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର:  ସନ୍ଧ୍ୟା ସୁଦ୍ଧା ୯ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ସନ୍ଧ୍ୟା ୬ଟା ମଧ୍ୟରେ  ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ  କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଆଦି ରହିଛି। ଏହି ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ  ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ୬ ଅକ୍ଟୋବର ଆଡ଼କୁ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏଥିସହ ଅକ୍ଟୋବର ୨୦ ସୁଦ୍ଧା ଓଡ଼ିଶାରୁ ‌ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ତଥା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ।

Red alert in Odisha following heavy rain; schools shut in 12 districts - India News

 

ସାଧାରଣ ଭାବେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ଫେରିଯିବାର ୪୫ ଦିନ ପରେ ଓଡ଼ିଶାରୁ ମୌସୁମୀ ବିଦାୟ ନେଇଥାଏ । ଏଣୁ ଆହୁରି ଦେଢ଼ ମାସ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ସକ୍ରିୟ ରହିବାର ସମ୍ଭାବନା ରହିଛି । ଅର୍ଥାତ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବରେ ଆରମ୍ଭ ହେଲେ ବି ତ୍ୱରିତ ବେଗରେ ଏହି ପ୍ରକ୍ରିୟା ଶେଷ ହୋଇପାରେ ଏବଂ ଆଉ ୪୫ ଦିନ ସମୟ ନ ନେଇ ୧୫ ଦିନ ଭିତରେ ବି ମୌସୁମୀ ଓଡ଼ିଶା ଛାଡ଼ିପାରେ ବୋଲି ଉମାଶଙ୍କର ଦାସ କହିଛନ୍ତି ।

 

ଅନ୍ୟପଟେ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଅଳ୍ପ ବହୁତ ବର୍ଷା ଜାରି ରହିବ। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । ବି‌ଶେଷ କରି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩ ଓ ୪ ଅକ୍ଟୋବର ଆଡ଼କୁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୫ ଅକ୍ଟୋବର ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ପରିମାଣ କମିବ।

ସମ୍ବନ୍ଧିତ ଖବର