ପଙ୍ଗପାଳ ନେଇ ପୁଣି ସତର୍କ କଲା କୃଷି ବିଭାଗ

ଭୁବନେଶ୍ବର : ଓଡ଼ିଶାକୁ ପଙ୍ଗପାଳ ଆସିନାହାନ୍ତି। ତଥାପି ସେମାନଙ୍କ ଆସିବା ଆଶଙ୍କାରେ ସମ୍ଭାବ୍ୟ ଜିଲ୍ଲାଗୁଡ଼ିକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏ ସମ୍ପର୍କରେ ସୂଚନା ଦେଇ କୃଷି ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଏସ୍‌.କେ ବଶିଷ୍ଠ କହିଥିଲେ, ପ୍ରତିଦିନ ସନ୍ଧ୍ୟାରେ ସେମାନଙ୍କ ଗତିବିଧି ରିପୋର୍ଟ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପେଷ୍ଟ୍‌ ମ୍ୟାନେଜ୍‌ମେଣ୍ଟ୍‌ ଦେଉଛନ୍ତି। ଭାରତକୁ ପଶି ଆସିଥିବା ପଙ୍ଗପାଳ ପୁରୁଣା ଦଳର କି ନୂଆ ଦଳର ସେ ନେଇ ଏବେ ଅନୁଧ୍ୟାନ ଜାରି ଅଛି। କାରଣ ପୁରୁଣା ଦଳ ମଧ୍ୟପ୍ରଦେଶରେ ଦୁର୍ବଳ ହୋଇଯାଇଥିଲା। ଏଥିପାଇଁ ପୂର୍ବରୁ ରାଜ୍ୟର ଯେଉଁସବୁ ଜିଲ୍ଲାକୁ ସତର୍କ କରାଯାଇଥିଲା ଏବେ ପୁଣି ଥରେ ସେହିସବୁ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର