ଓ୍ଵାଟ୍‌କୋରେ ୩ ସ୍ୱାଧୀନ ନିର୍ଦ୍ଦେଶକଙ୍କୁ ନିଯୁକ୍ତି

ଭୁବନେଶ୍ୱର : ଜଳ ନିଗମ (ଓ୍ଵାଟକୋ)କୁ କିପରି କାର୍ଯ୍ୟକ୍ଷମ କରାଯିବ ଏବଂ ଏହାର ଠିକ୍‌ ପରିଚାଳନା ହୋଇପାରିବ ସେଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ତିନି ଜଣଙ୍କୁ ବୋର୍ଡ ଅଫ୍‌ ଡାଇରେକ୍ଟର୍‌ସରେ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍‌ ଆର୍କିଟେକଚର୍‌ର ଆସିଷ୍ଟାଣ୍ଟ ପ୍ରଫେସର ଅରିନ୍ଦମ ସରକାର, ଏକ୍ସଆଇଏମ୍‌ବି ଭୁବନେଶ୍ୱରର ପ୍ରଫେସର କାଜ୍ରି ମିଶ୍ର, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅବସରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ଦାଶରଥୀ ମିଶ୍ର ପ୍ରମୁଖ। ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌ ଏହି ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର