ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଗୋଷ୍ଠିର ୧୫୦୦ରୁ ଅଧିକ ସଦସ୍ୟଙ୍କୁ ନେଇ ବିଶ୍ୱ ଜଳ ସପ୍ତାହକୁ ସଫଳତାର ସହ ପାଳନ କରିଛି । ସପ୍ତାହବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଏବଂ ଗୋଷ୍ଠୀମାନଙ୍କୁ ଏଥିରେ ଜଡିତ କରିବାରେ କମ୍ପାନୀର ପଦକ୍ଷେପ ଉପରେ ଆଲୋକପାତ କରାଯାଇଥିଲା ।

Advertisment

ଏହି ଉତ୍ସବରେ ଥୁଆମୂଳ ରାମପୁର ବ୍ଲକର ୫ରୁ ଅଧିକ ଗ୍ରାମରେ ପୋଖରୀ ସଫେଇ କରାଯାଇଥିବାବେଳେ କଳାହାଣ୍ଡି ଗ୍ରାମର ପାନଭାଟା, ନକରୁଣ୍ଡି, ସିଙ୍ଗିନୀ ଭଳି ୧୦ରୁ ଅଧିକ ସ୍ଥାନରେ ନଳକୂପ ଜଳ ବିଶୋଧନ କରାଯାଇଥିଲା । ଜଳ ସଂରକ୍ଷଣକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ୩ଟି ଗ୍ରାମରେ ପ୍ରତିଯୋଗିତାମାନ ଆୟୋଜନ କରିବାବେଳେ ଏଥିରେ ଅଂଶଗ୍ରହଣ କରିଥିବା  ପ୍ରାୟ ୩୦୦ ପ୍ରତିଯୋଗୀ ଉପକୃତ ହୋଇଥିଲେ । ଜଳ ସଂରକ୍ଷଣ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ଜଳ ଉପଲବ୍ଧତା ଏବଂ ଗୁଣବତ୍ତାରେ ଉନ୍ନତି ଆଣିବାରେ ଗୋଷ୍ଠିଗୁଡିକୁ ସକ୍ରିୟ ଭାବରେ ସାମିଲ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା