ଭଇଁଷାରେ ପାନୀୟ ଜଳ ସମସ୍ୟା ଉତ୍କଟ, ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଲରମ୍ଭା : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଭଇଁଷା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଏହାର ସମାଧାନ ପାଇଁ ଗ୍ରାମବାସୀ ଗୁରୁବାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡିଓଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସରପଞ୍ଚଙ୍କୁ ଦେଇଛନ୍ତି। ଭଇଁଷା ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ହିମାଂଶୁ ଶେଖର ବେହେରଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୁଷ ଶୋଭାଯାତ୍ରରେ ବାହାରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ସରପଞ୍ଚ କୁମୁଦିନୀ ନାୟକଙ୍କୁ ଏହି ଦାବିପତ୍ର ଇଓ ମନୋରଞ୍ଜନ ଖମାରୀଙ୍କ ଉପସ୍ଥିତରେ ପ୍ରଦାନ କରିଥିଲେ। ସରପଞ୍ଚ ଓ ଇଓ ୭ଦିନ ମଧରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର