ଝାରବେଡ଼ାରେ ପାଣି ସଙ୍କଟ

ରାଇସୁଆଁ: ତେଲକୋଇ ବ୍ଲକ୍‌ ବିମଳା ପଞ୍ଚାୟତ ଝାରବେଡ଼ା ଗ୍ରାମର ମହାରଣାସାହିରେ ଥିବା ନଳକୂପ ମାସେ ହେଲା ଅଚଳ ହୋଇପଡ଼ିଛି। ଫଳରେ ୨୫ଟି ପରିବାର ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାହିର ଝିଅବୋହୂମାନେ ଜଙ୍ଗଲ ଅତିକ୍ରମ କରି ପୁରୁଣାସାହିରୁ ପିଇବା ପାଣି ଆଣୁଛନ୍ତି।

କିଛିଲୋକ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଥିବା ନଳକୂପରୁ ପାଣି ଆସୁଛନ୍ତି। ଏ ସମ୍ପର୍କରେ ସରପଞ୍ଚ ପ୍ରସନ୍ନ କୁମାର ନାୟକଙ୍କୁ ପଚାରିବାରୁ, ସେ ଏ ସମ୍ପର୍କରେ ବ୍ଲକ୍‌ କାର୍ଯ୍ୟାଳୟରେ ଅବଗତ କରିଛନ୍ତି। ଗାଡ଼ି ଆସିଲେ ନଳକୂପ ମରାମତି କରାଯିବ ବୋଲି କହିଛନ୍ତି। ସେହିପରି ବିଭାଗୀୟ ଯନ୍ତ୍ରୀ ଅଶୋକ କୁମାର ଦେ’ଙ୍କୁ ପଚାରିବାରୁ, ଝାରବେଡ଼ା ଗ୍ରାମର ନଳକୂପ ଅଚଳ ଅଭିଯୋଗ ସେ ପାଇଛନ୍ତି। ଦୁଇଦିନ ଭିତରେ ଗାଡ଼ି ପଠାଯାଇ ମରାମତି କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର